ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର

#ଆଜିଠୁ_ବ୍ରହ୍ମପୁର_ସିଲ,_ଜରୁରୀ_ସ୍ଥଳେ_୧୦୦କୁ_କଲ        ବ୍ରହ୍ମପୁର    :  ଆସନ୍ତା କାଲି ଅର୍ଥାତ ୧୪ ତାରିଖ ମଙ୍ଗଳ ବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ସହର କୁ ସିଲ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବି ଏମ ସି କମିସସନର ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ସମୟରେ ବାହାର ଲୋକେ ବ୍ରହ୍ମପୁର ସହର କୁ ଓ ବ୍ରହ୍ମପୁର ଲୋକେ ସହର ବାହାର କୁ ଯାଇ ପାରିବେନି।କୋରୋନା ସଂକ୍ରମଣ  କୁରୋକିବା ପାଇଁ ବ୍ରହ୍ମପୁର ସହରର ସମସ୍ତ ପ୍ରବେଶ ପଥ କୁ ସିଲ୍‌ କରିବ ପ୍ରଶାସନ ।ସହରର ଚାରି ଦିଗରୁ ବନ୍ଦ ରହିବ ।ଏଭଳି ଜଟିଳ ପରିସ୍ଥିତିରେ ସହରର ବିଭିନ୍ନ ସାହିରେ କୋଭିଡ୍ ସଂଙ୍କ୍ରମଣ ବୃଦ୍ଧି ପାଉଥିବାରୁ  ଏଭଳି ପଦକ୍ଷେପ  ନିଆଯାଇଛି ବୋଲି କମିଶନର କହିଛନ୍ତି।ରେଳ ,ବିମାନ ଟିକେଟ ଥିବା ଲୋକେ ଯାଇ ପାରିବେ।

ଅନ୍ୟପକ୍ଷରେ ଜରୁରୀ ସ୍ଥଳେ ୧୦୦ନମ୍ବର  କୁ ଫୋନ କରିବାକୁ କୁହାଯାଇଛି।ଏହି ସମୟ ରେ ସହରର ସମସ୍ତ ଭେଣ୍ଡିଙ୍ଗ୍ ଜୋନ କୁ ବନ୍ଦ ରଖାଯିବ ।ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଏଣିକି  କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଏହି  କଟକଣାରୁ  ମୁକ୍ତ ରହିବ ବୋଲି   ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେ ଉପସ୍ଥିତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର  କହିଛନ୍ତି।ଅତ୍ୟାବଶ୍ୟକ ଦୋକାନ ସକାଳ ୫ ରୁ ଅପରାହ୍ନ ୪ପର୍ଯ୍ୟନ୍ତ ଖୋଲା ରହିବ। ୧୧ ପ୍ଲାଟୁନ ପୋଲିସ ସହର ଜଗିବା ବେଳେ  ଅଫିସର ମଧ୍ୟ ଜଗିବେ । ଅତ୍ୟାବଶ୍ୟକ ସାମଗ୍ରୀ କାମରେ ହିଁ ବାଇକ ବ୍ୟବହାର କରିପାରିବେ ବୋଲି ସୂଚନା ଦିଆଯାଇଛି।