ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
#ଦଣ୍ଡୁଆ_ମାନଙ୍କୁ_ତାଗିଦ୍_କଲେ_ତହସିଲଦାର      ଗଞ୍ଜାମ : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡକାଳି ଙ୍କ କିଛି ଭକ୍ତ ମା ଙ୍କ ପୂଜାର୍ଚ୍ଚନା ନିମେନ୍ତ ନିକଟସ୍ଥ ପୋଖରି କୁ ଆସି ପୂଜାର୍ଚ୍ଚନା କରୁଥିବା ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସମେତ କୋଦଳା ଥାନା ର ଏସ୍ ଆଇ ଅନିଲ କୁମାର ସାହୁ ଓ ଅନ୍ୟ ମାନେ ସେଠାରେ ପହଞ୍ଚିଥିଲେ । ସେହି ପୋଖରି ପାଖରେ ଅଟକି ଦଣ୍ଡୁଆ ମାନଙ୍କୁ ସରକାର ଙ୍କ ନିୟମ ବିଷୟରେ ସୂଚନା ଦେବା ସହ କରୋନା ଭାଇରସ ର ଭୟଭୟତା ବିଷୟରେ ବୁଝାଇ ଥିଲେ । କେବଳ ମାଙ୍କ ରୀତିନୀତି ଜଣେ କିମ୍ବା ଦୁଇ ଜଣ ମନ୍ଦିର ନିକଟରେ କରିବା ପାଇଁ କହିଥିଲେ । ଯଦି ଏହି ନିୟମ କୁ ଉଲ୍ଳଘଂନ କରିବ ତାହା ହେଲେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ତହସିଲଦାର ତାଗିଦ୍ କରି ଫେରିଥିଲେ ।