ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ ମେଳି

ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ   ମେଳି

ଓଡିଶା ଗଞ୍ଜାମ ଜିଲ୍ଲା ଝାରସୁଗୁଡ଼ା
#ପ୍ରଧାନ_ଶିକ୍ଷକଙ୍କ_ମନମାନି             କୋଦଳା :   ବିଶ୍ୱ ମହାମାରୀ କରୋନା ଭାଇରସ କୁ ନେଇ ଦେଶବାସୀ ଭୟ ରେ ଥରହର । ଏହାକୁ ନେଇ ସାରା ଦେଶ କୁ ପ୍ରଧାନମନ୍ତ୍ରୀ ତାଲ।ବନ୍ଦ ଭଳି ଗୁରୁତ୍ଵ ପୂର୍ଣ ନିଷ୍ପତି ନେଇ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ପ୍ରତ୍ୟେକ ପରିବାର କୁ ଶପଥ ପାଠ କରାଇଛନ୍ତି । ଅଙ୍ଗନବାଡି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଖାଦ୍ୟ ବାବଦ କୁ ଶୁଖିଲା ଖାଦ୍ୟ ବା ଟୋକେନ ଦେବାକୁ ବ୍ୟବସ୍ଥା କରିଛନ୍ତି ।କିନ୍ତୁ ସୋମବାର କୋଦଳା ନୋଡାଲ ଉଚ ବିଦ୍ୟାଳୟ ପରିସର ରେ ଖାଦ୍ୟ ଟୋକେନ ପାଇବା ପାଇଁ ଧାଡିବାନ୍ଧି ଛାତ୍ର ଛାତ୍ରୀ ଓ ଅଭିଭାବକ ଛିଡା ହୋଇଥିବା ସମୟ ରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସେଠାରେ ପହଞ୍ଚି ଅଭିଭାବକଙ୍କୁ ଏଠାକୁ କାହିଁକି ଆସିଛ ,ଶିକ୍ଷକ ଆପଣଙ୍କ ଘରକୁ ଯାଇ ଟୋକେନ ଦେବେ ବୋଲି କହିବା ସମୟ ରେ ଅଭିଭାବକ ମାନେ ସେମାନଙ୍କୁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଡାକିଛନ୍ତି ବୋଲି କହିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।ଏ ବିଷୟ କୁ ପ୍ରଧାନଶିକ୍ଷକଙ୍କ ମତାମତ ପଚାରିବ।ରୁ ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାପାଳ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଟୋକେନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଚାରି ପାଞ୍ଚ ଜଣ ପିଲା ଚାଲିଆସିଲେ ତ ଦେଇଦେଲି କିନ୍ତୁ ଦୁଇଶହ ଲୋକଙ୍କ ଗହଳି ଦେଖାଦେଇଥିଲା । ସରକାର ଏତେ ସଚେତନ ଓ ସତର୍କତା ଅବଲମ୍ବନ କରିଥିବା ବେଳେ ପ୍ରଧାନଶିକ୍ଷକ ଙ୍କ ଏ ମନମାନି କାହା ଆଶୀର୍ବାଦ ରେ ବୋଲି ସାଧାରଣ ରେ ଚର୍ଚ୍ଚା ।ପରିଚାଳନା କମିଟି ସଭାପତି ମାଗୁଣୀ ସେଠୀଙ୍କ ମତାମତ ଅନୁଯାଇ ପ୍ରଧାନ ଶିକ୍ଷକ ଯୋଗଦେଲା ପରେ ପରିଚାଳନା କମିଟି ସହିତ କୌଣଷି ବିଚାର ବିମର୍ଷ ନ କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି ।ବହୁ ପୁରୁଣା ବିଦ୍ୟାଳୟ ପାଚେରୀ କୁ ବିନା ଆଲୋଚନା ରେ ଭାଙ୍ଗିଦେଇଛନ୍ତି । ପଚାରିଲେ ସଠିକ ଉତ୍ତର ଦେଉନାହାନ୍ତି ।ଛାତ୍ରଛାତ୍ରୀଙ୍କୁ ଘରେ ଟୋକେନ ନ ଦେଇ ଏଠାକୁ କାହିଁକି ଡାକିଛନ୍ତି ବୋଲି ପଚାରିବାରୁ ମଧ୍ୟ ସେ କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଉନାହାନ୍ତି ।
ଅନ୍ୟ ସଭ୍ୟ ସଭ୍ୟା ମଧ୍ୟ ଏଥିରେ ଅସନ୍ତୁଷ୍ଟ ଥିବା କହିଛନ୍ତି ।ଘରୁ ବାହାରିବାକୁ ଇଚ୍ଛା ନ ଥିଲେ ବି ଆଉ ଖାଦ୍ୟ ମିଳିବନି ଭାବି ପ୍ରଧାନଶିକ୍ଷକଙ୍କ ଡାକରାରେ  ଅଭିଭାବକ ବିଦ୍ୟାଳୟ ଆସିଥିବା ପ୍ରକାଶ କରିଛନ୍ତି ।ସବୁଠାରୁ ଗୁରୁତ୍ଵପୂର୍ଣ କଥାହେଉଛି ପରିବେଶ ପରିଛନ୍ନ ରଖିବା ବର୍ତ୍ତମାନ ପରିବେଶ  ଯାହା ଦେଖିଲେ ଯେ କେହି ଜାଣିପାରିବେ । ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରୀମାନଙ୍କ ଦ୍ଵାରା ସଫା କରାଯାଉଛି ବୋଲି ଅଭିଯୋଗ ହେଉଥିଲା ବର୍ତ୍ତମାନ ତାହା ସତ ରେ ପରିଣତ ହୋଇଛି ।ବିଦ୍ୟାଳୟ ପରିବେଶ ପୁରା ଅଳିଆ ଅବର୍ଜନା ରେ ଭର୍ତ୍ତି ହୋଇ ରହିଛି ।ପ୍ରଶାସନ ବିଦ୍ୟାଳୟ ପ୍ରତି ଦୁଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।