କେନାଲରେ ଭାସୁଛନ୍ତି ଶହ ଶହ ମଲା କୁକୁଡା,ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

କେନାଲରେ ଭାସୁଛନ୍ତି ଶହ ଶହ ମଲା କୁକୁଡା,ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#କେନାଲରେ_ଭାସୁଛନ୍ତି_ଶହ_ଶହ_ମଲା_କୁକୁଡା    ଡେଲାଙ୍ଗ  : (ବିଜୟ କୁମାର ମହାପାତ୍ର) ଡେଲାଙ୍ଗ ଶାଖା ଅରିସଲ ଅଳଉତା କେନାଲରେ ଶହ ଶହ ମଲା କୁକୁଡା ଭାସିବା ନେଇ ସ୍ଥାନୀୟ ଅଞ୍ଚଳର ଜନସାଧରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ  ପ୍ରକାଶ ପାଇଛି । ଭୟଙ୍କର କରୋନା ଭାଇରସ  ସଂକ୍ରମିତ ନହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅଞ୍ଚଳକୁ ଲକ୍ ଡାଉନ ଘୋଷଣା କରାଯାଇଛି ।
ଡେଲାଙ୍ଗ ମାଇନର କେନାଲ ସଲଗ୍ନ  ପୁରୁଣା ଡେଲାଙ୍ଗ ,ଗୁଣ୍ଡିଚିପାଟଣା,ମହନପୁର ,ଗଞ୍ଜେଇ ଗୋରଡି,ରାମଚନ୍ଦ୍ରପୁର,ବଙ୍କିଲୋ,ଅମାଳଙ୍ଗ ଆଦି ଗ୍ରାମ ଗୁଡିକର ଲୋକମାନେ କେନାଲରେ ମଲା କୁକୁଡା ଭାସିବାକୁ ନେଇ ଅସନ୍ତୁଷ୍ଟ ହେଉଥିବା ଜଣାପଡିଛି । ଏଥିଯୋଗୁ ରୋଗ ସଂକ୍ରମଣ ଭୟରେ ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । କେନାଲ ମଧ୍ୟରେ ମଲା କୁକୁଡା ଭସାଇ ଅଞ୍ଚଳ ମାନଙ୍କରେ ରୋଗ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧରଣରେ ଦାବୀ ହେଉଛି । ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ସ୍ଥାନୀୟ ଲୋକମାନେ ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଉନଥିବା ଅଭିଯୋଗ କରିଛନ୍ତି ।