କରୋନା ରୋଗୀଙ୍କ ସୁବିଧା ଓ ନିରାପତ୍ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଜୁନ ମାସ ଆମସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ, କରୋନା ପାଇଁ ସତର୍କ ରହିବାକୁ ଆହ୍ୱାନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#ଜୁନ_ମାସ_ଆମସମସ୍ତଙ୍କ_ପାଇଁ_ଗୁରୁତ୍ତ୍ବପୂର୍ଣ୍ଣ             ଭୁବନେଶ୍ୱର : ଚଳିତ ଜୁନ୍ ମାସ ଆମ ସମସ୍ତଙ୍କ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି ଅବଧି ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଜୀବନ ଯାପନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ଗୁରୁବାର ସନ୍ଧ୍ୟା ୮.୩୦ରେ ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକଡାଉନ କଟକଣା ହଟିବାର ଅର୍ଥ ନୁହେଁ ଯେ, କରୋନା ଚାଲିଗଲା । କରୋନା ବିରୁଦ୍ଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । ପୂର୍ବରୁ ଦେଶରେ ଦୈନିକ ୩୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲା ବେଳେ ବର୍ତ୍ତମାନ ଏହା ୧୦ ହଜାରରେ ପହଞ୍ଚିଲାଣି ।  କରୋନା ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ଆପଣମାନେ ଘରୁ ନ ବାହାରିଲେ କରୋନା ଆପଣଙ୍କଠାରେ ପ୍ରବେଶ କରିପାରିବ ନାହିଁ । ଏହାକୁ ଆଖି ଆଗରେ ରଖି ଚଳିତ ମାସ ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ରହିବ ବୋଲି ଘୋଷଣା କରାଯାଇଛି । ଏହି ସମୟରେ କେହି ଘରୁ ନ ବାହାରିବା ପାଇଁ ସେ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ, ଜୁନ୍ ମାସ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି । ତେଣୁ ଏହାର ପ୍ରଭାବରେ ଥଣ୍ଡା, କାଶ, ଜ୍ୱର ଆଦି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଲୋକମାନଙ୍କୁ ଅତ୍ୟନ୍ତ ସାବଧାନ ସହିତ ରହିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ । ଯଦି ଘରୁ ବାହାରିବେ ତେବେ ମାସ୍କ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ଘରେ ପହଞ୍ଚିଲେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୁଅନ୍ତୁ । ୬୫ ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନେ ଘରୁ ବାହାରନ୍ତୁ ନାହିଁ । ଏହାକଲେ ଯାଇ ଆମେ କରୋନା ଠାରୁ ବିଜୟ ପାଇପାରିବା ।