ପୋଲିସକୁ ଆକ୍ରମଣ କରି ୩ ଗିରଫ

ପୋଲିସକୁ ଆକ୍ରମଣ କରି ୩ ଗିରଫ

ଓଡିଶା ଗଞ୍ଜାମ ଜିଲ୍ଲା
#ପୋଲିସକୁ_ଆକ୍ରମଣ_କରି_୩_ଗିରଫ        ବ୍ରହ୍ମପୁର : ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁ ଥିବା ବେଳେ ଦିନ କୁ ଦିନ ଏହା ଦ୍ୱାରା ଆକ୍ରାନ୍ତ ଓ ମୃତ ଙ୍କ ସଂଖ୍ୟା  ମଧ୍ୟ ବୃଦ୍ଧିପାଇଛି।ତେବେ ଏଭଳି ପରିସ୍ଥିତି ଏହାକୁ ନିୟନ୍ତ୍ରଣ କରିବାପାଇଁ ଭାରତ ଲକ ଡାଉନ ରେ ଥିବା ବେଳେ ଡାକ୍ତର ଓ ପୋଲିସ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି।ନିଜ ଜୀବନ କୁ ପାଣି ଛଡେଇ ଲୋକଙ୍କ ସେବା ରେ ଲାଗି ପଡି ଛନ୍ତି ।ବ୍ରହ୍ମପୁର ରେ ଲକ ଡାଉନ କଡା କଡ଼ି ଚାଲି ଥିବା ବେଳେ ପୋଲିସ ନିଷ୍ଠା ର କର୍ତ୍ତବ୍ୟ ସମ୍ପାଦନ କରୁଛି।ବାଟୋଇ ଶ୍ରମିକ ଯେଉଁ ମାନେ ଖାଦ୍ୟ ପାଉ ନାହାଁନ୍ତି ସେମାନଙ୍କ ର ସାହା ହେଉଛି ପୋଲିସ।କିନ୍ତୁ  କେତେକ ଅମାନିଆ ତଥା ଅସାମାଜିକ ବ୍ୟକ୍ତି ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ମଧ୍ୟ ପୋଲିସ କୁ ସହଯୋଗ କରିବା ତ ଦୂରର କଥା ଓଲଟି ପୋଲିସ  କାର୍ଯ୍ୟ ରେ ବାଧା ଦେବା ସହ ଆକ୍ରମଣ କରିଛନ୍ତି।ସୂଚନା ମୁତାବକ ଶ୍ରୀକାନ୍ତ ପ୍ରଧାନ ନାମକ ଗୃହରକ୍ଷୀ ନିଜ କର୍ତ୍ତବ୍ୟ କରୁଥିବାବେଳେ ଉକ୍ତ ଅଂଚଳ ର ୩ଜଣ ଯୁବକ ଅସଭ୍ୟ ଭାଷା ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ।ଅଭିଯୋଗ ପାଇବା ପରେ ବୈଦ୍ୟନାଥ ପୁର ଥାନା ପୋଲିସ ସଚିନ କୁମାର ସାହୁ, ଜଗଦୀଶ ସେଠୀ ଓ ଅନୀଲ କୁମାର ପାଢୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା  ଜଣା ପଡ଼ିଛି।