କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଟଙ୍କା ଯାଞ୍ଚ ପାଇଁ କଟକଣା ବିଫଳ

କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଟଙ୍କା ଯାଞ୍ଚ ପାଇଁ କଟକଣା ବିଫଳ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କେନ୍ଦ୍ର_ସରକାରଙ୍କ_ଠାରୁ_ଆସିଥିବା_ଟଙ୍କା_ଯାଞ୍ଚ_ପାଇଁ_କଟକଣା_ବିଫଳ         କେନ୍ଦ୍ରାପଡା : କେନ୍ଦ୍ର ସରକାର ଙ୍କ ଦ୍ୱାରା ଜିରୋ ବାଲାନ୍ସ ରେ ଖୋଲା ଯାଇଥିବା ଜନ ଧନ ଆକାଉଣ୍ଟକୁ ୫୦୦ ଟଙ୍କା କରି ସହାୟତା ରାଶି ଓ ଉଜ୍ଜ୍ୱଳା ଗ୍ୟାସ ପାଇଁ ୭୮୪ ଟଙ୍କା ପଠାଇବେ ବୋଲି ସୂଚନା ଦେଇଥିଲେ । ଏହା ଆକାଉଣ୍ଟକୁ ଅସିଛି କି ନାହିଁ ବୋଲି ଜାଣିବା ପାଇଁ ଖାତା ଧାରୀ ମାନେ ବ୍ୟାଙ୍କ ଓ ଜନ ସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ କରୁଥିବା ଦେଖାଦେଇଛି । ସାମାଜିକ ଦୂରତା କଟକଣା ଲାଗୁ କରାଯାଇ ଥିଲେ ମଧ୍ୟ ଖାତାଧାରୀ ମାନେ ଏହାକୁ ଅଣଦେଖା କରି ଗହଳି କରୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଖଡିଅଙ୍ଗ ଛକଠାରେ ଥିବା ଏକ ଜନ ସେବା କେନ୍ଦ୍ର ନିକଟରେ ଖାତାଧାରୀ ମହିଳା ମାନେ ସାମାଜିକ ଦୂରତାକୁ ଉଲଙ୍ଘନ କରି ରୁଣ୍ଡ ହୋଇଥିଲେ । ଏହି ଜନ ସେବା କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ତରଫରୁ ତାଗିଦା କରିଥିଲେ ସୁଦ୍ଧା ଏହାର ମାଲିକ ଏହାକୁ ବେଖାତିର କରି ମହିଳା ମାନଙ୍କୁ ରୁଣ୍ଡ କରାଉଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।