ବଳଦେବଜୀଉ ମନ୍ଦିରରେ ଆନନ୍ଦ ବଜାର ଉଦଘାଟିତ

ବଳଦେବଜୀଉ ମନ୍ଦିରରେ ଆନନ୍ଦ ବଜାର ଉଦଘାଟିତ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ବଳଦେବଜୀଉ_ମନ୍ଦିରରେ_ଆନନ୍ଦ_ବଜାର_ଉଦଘାଟିତ      କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପରିସରରେ ଆନନ୍ଦ ବଜାରର ନବ ନିର୍ମିତ ଗୃହ ଉଦଘାଟିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ଓଡିଶାର ଉଚ୍ଚଶିକ୍ଷା, କୃଷି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶଶୀଭୂଷଣ ବେହେରା, ଟ୍ରଷ୍ଟ ବୋର୍ଡ ସଭ୍ୟ ଧୀରେନ୍ କୁମାର ସାହୁ, ଯଯାତି କେଶରୀ ମହାନ୍ତି, ସେବକ ଟ୍ରଷ୍ଟି ବଳରାମ ସୁଆର, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆନନ୍ଦ ବଜାର ନିର୍ମାଣ ସହିତ ଜଳ ନିଷ୍କାସନ ମନ୍ଦିର ପରିସରରେ ବିଦ୍ୟୁତିକରଣ, ପାଚେରୀ ନିର୍ମାଣ ପ୍ରଭୃତି କାର୍ଯ୍ୟ ପାଇଁ ୭୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ସୂଚନା ମିଳିଛି ।