ରାଜ୍ୟର ପ୍ରଥମ କରୋନା ବିଶୋଧନ କକ୍ଷ ସ୍ଥାପନ

ରାଜ୍ୟର ପ୍ରଥମ କରୋନା ବିଶୋଧନ କକ୍ଷ ସ୍ଥାପନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ରାଜ୍ୟର_ପ୍ରଥମ_କରୋନା_ବିଶୋଧନ_କକ୍ଷ_ସ୍ଥାପନ            କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ବିଶୋଧନ କକ୍ଷ ସ୍ଥାପନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସହରର ପୁରୁଣା ବସଷ୍ଟାଣ୍ଡରେ ଏହି କକ୍ଷ ସ୍ଥାପନ କରାଯାଇ ଜନ ସାଧାରଣଙ୍କୁ ବିଶୋଧନ କରାଯାଉଛି । ବିଭିନ୍ନ କାର୍ଯ୍ୟରେ ବିଶେଷ କରି ସଉଦା କିଣିବା ପାଇଁ ଆସୁଥିବା ଲୋକମାନେ ଏହି କକ୍ଷରେ ପ୍ରବେଶ କରି ବିଶୋଧିତ ହେବେ । ପର୍ଯ୍ୟାୟ କ୍ରମେ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବିଶୋଧନ କକ୍ଷ ସ୍ଥାପନ କରାଯିବ ବୋଲି ଜଣାପଡିଛି । ଏହି କକ୍ଷ ସ୍ଥାପନ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା , ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ମହମ୍ମଦ ବଦରୁଦ, ସୟଦ ମକସୁଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଏହାର କାର୍ଯ୍ୟକାରିତା ତଦାରଖ କରିଥିଲେ । ରାଜ୍ୟରେ ପ୍ରଥମ କରି କେନ୍ଦ୍ରାପଡା ପୈାରାଞ୍ଚଳରେ ଏହିଭଳି ବିଶୋଧକ ବ୍ୟବସ୍ଥା ସର୍ବ ସାଧାରଣଙ୍କ ପାଇଁ କରାଯାଇଥିବା ଜଣା ପଡିଛି ।