ସଂକ୍ରମିତଙ୍କୁ ନେବାପାଇଁ ନିଯୁକ୍ତ ହେଲା ୧୦ ଆମ୍ବୁଲାନ୍ସ

ସଂକ୍ରମିତଙ୍କୁ ନେବାପାଇଁ ନିଯୁକ୍ତ ହେଲା ୧୦ ଆମ୍ବୁଲାନ୍ସ

#ସଂକ୍ରମିତଙ୍କୁ_ନେବାପାଇଁ_ନିଯୁକ୍ତ_ହେଲା_୧୦_ଆମ୍ବୁଲାନ୍ସ      କେନ୍ଦ୍ରାପଡ଼ା  :  କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମିତ ପ୍ରବାସୀ ଓ ବ୍ୟକ୍ତି ମାନଙ୍କୁ କରୋନା କେୟାର ହାଉସ ଓ ଅଧିକ ସଂକ୍ରମିତ ମାନଙ୍କୁ ଚିକିତ୍ସା ପାଇଁ ଛତାସ୍ଥିତ କୋଭିଡ ହସପିଟାଲକୁ ନେବାପାଇଁ ୧୦ଟି ଆମ୍ବୁଲାନ୍ସ ଜିଲ୍ଲାରେ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଓ ଜିଲ୍ଲା କେନ୍ଦ୍ରରେ ଅଧିକ ଗୋଟିଏ ଆମ୍ବୁଲାନ୍ସକୁ ବିନିଯୋଗ କରାଯିବ । ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ଠାରେ ସଂକ୍ରମଣ ଲକ୍ଷଣ ପ୍ରକାଶ […]

Continue Reading
କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

#କରୋନା_ସେଣ୍ଟରକୁ_ଆସବାବପତ୍ର_ଟ୍ରଲି_ରେ_ବୋହିଲେ_ସରପଂଚ       କେନ୍ଦ୍ରାପଡ଼ା    :   କୋଭିଡ-୧୯ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ, ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ କୋଭିଡ କେୟାର ସେଣ୍ଟର ସ୍ଥାପନା କରାଯାଇଛି । ଏହି ସେଣ୍ଟର ଗୁଡିକରେ ଟି ଏମ ସିରେ ରହୁଥିବା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିମାନେ ପ୍ରାଥମିକ ଚିକିତ୍ସା ପାଇବେ । କେନ୍ଦ୍ରାପଡା ବ୍ଲକ ଅଧିନ ଗୁଲନଗର ପଂଚାୟତରେ ସ୍ଥାପନ କରାଯାଇ ଥିବା କେୟାର ସେଣ୍ଟରକୁ ସ୍ଥାନୀୟ ସରପଂଚ […]

Continue Reading
ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

#୧୦_ବର୍ଷ_ହେଲା_ମିଳୁଛି_ମାସିକ_୫୦୦_ଟଙ୍କା         କେନ୍ଦ୍ରାପଡ଼ା  :    କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ସାହସପୁର ପଂଚାୟତର ରାତ୍ର ଜଗୁଆଳୀ ଅଶୋକ କୁମାର ସେଠୀ(୪୬) ମାତ୍ର ମାସିକ ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ କାର୍ଯ୍ୟ କରୁ ଥିବାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ୨୦୧୦ ମସିହାରେ ସରପଂଚ ଶ୍ରୀଯୁକ୍ତ ଜେନା ତତ୍କାଳୀନ ସରପଂଚ ଥିବାବେଳେ ଅଶୋକଙ୍କୁ ମାତ୍ର ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ ଭାବେ ନିଯୁକ୍ତି ଦେଇଥିଲେ । […]

Continue Reading
ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

#ଗାଁ_ଦାଣ୍ଡରେ_ଆଣ୍ଠୁଏ_ନର୍ଦ୍ଦମା_ପାଣିି      କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳର ପରିମଳ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଡ୍ରେନରୁ ପାଣି ଉଛୁଳି ଗାଁ ଦାଣ୍ଡ ଭାସୁଥିବା ୫ନଂ ୱାର୍ଡର ଗୋପ ଗାଁରେ ଦେଖିବାକୁ ମିଳିଛି । ଗୋପ ସ୍କୁଲ ଠାରୁ ଅଶୋକ ତ୍ରିପାଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁ ଥିବାରୁ ଗ୍ରାମବାସୀ ମାନେ ଚଳପ୍ରଚଳ ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁଳସୀ ମହିଳା କଲେଜ, ଗୋପ ମହାଦେବ […]

Continue Reading
ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

#ଶିଶୁରୋଗ_ବିଶେଷଜ୍ଞଙ୍କ_କ୍ଲିନିକ୍_ସିଲ୍     କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ଖଡିଅଙ୍ଗ ମେଡିକାଲ ରୋଡରେ ଥିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ ଘରୋଇ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହା ସହ ସଂପୃକ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ୧୪ ଦିନିଆ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଘଟଣା ମୁତାବକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ କିଛିବର୍ଷ ପୂର୍ବେ କାର୍ଯ୍ୟ କରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ ଗୋପାଳ ମହାନ୍ତିଙ୍କର ଯାଜପୁର କୁ ବଦଳି […]

Continue Reading
ବିଶୋଧନ କରାଗଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବିଶୋଧନ କରାଗଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

#ବିଶୋଧନ_କରାଗଲା_ଜିଲ୍ଲା_ମୁଖ୍ୟ_ଚିକିତ୍ସାଳୟ       କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ନଜିର ରେ ରଖି ମଙ୍ଗଳବାର ଦିନ ସାନିଟାଇଜ କରାଯାଇଛି । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ମଙ୍ଗଳବାର ଦିନ ୧୦ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗୀ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁୁ ଆସି ଚିକିତ୍ସିତ ହେଉଥିବାରୁ ସଂକ୍ରମଣ ଅଶଙ୍କାରେ ସାନିଟାଇଜ କରା ଯାଇଥିଲା । କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ […]

Continue Reading
ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

#ପ୍ରାଥମିକ_ଶିକ୍ଷକଙ୍କ_କୋଟି_କୋଟି_ଟଙ୍କାର_ସମ୍ପତ୍ତି          କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହାବୁଳଗଣ୍ଡ ପାଟଣା ପ୍ରାଥମିକ ବିଦ୍ୟାଳୟର ଜଣେ ସରକାରୀ ଶିକ୍ଷକଙ୍କର ଆୟ ବର୍ହିଭୂତ କୋଟି କୋଟି ଟଙ୍କାର ସମ୍ପତି ଥିବାରୁ ସ୍ଥାନୀୟ କେତେବ ବ୍ୟକ୍ତି ତଦନ୍ତ କରିବାକୁ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଶିକ୍ଷକ ଜଣକ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା ପାଉଥିବା ବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବା ସହ କୋଟି କୋଟି ଟଙ୍କା ଠୁଳ କରିବା ଘଟଣା ସାଧାରଣରେ ଚକିତ କରିଛି […]

Continue Reading
ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

#ପ୍ରେମିକା _ଘର_ଆଗରେ_ପ୍ରେମିକର_ଧାରଣା         କେନ୍ଦ୍ରାପଡା  :    ବର୍ତ୍ତମାନ ବାହାଘର ଋତୁ ଚାଲି ଥିବାରୁ ଝିଅର ବାହାଘର ପାଇଁ ପରିବାର ଲୋକେ ବରଘର ଦେଖିବା ସହ ସମସ୍ତ କାର୍ଯ୍ୟ ସାରି ଦେଇଥିଲେ । ଦୁଇ ଦିନ ପରେ ବାହାଘର ହୋଇଥାନ୍ତା । ଅଚାନକ ପଡିଶା ଘରର ଅସିତ ଦାସ ଝିଅ ଘର ଆଗରେ ଚେୟାର ପକାଇ ଧାରଣାରେ ବସି ରହିଛି । ଗୋଟିଏ ଜିଦ୍ ମୋ ସ୍ତ୍ରୀକୁ ଫେରାଇ ଦିଅ ମୁଁ ତାକୁ ବିବାହ କରିଛି । ଏଭଳି ଏକ […]

Continue Reading
ଗୋଟିଏ ଗାଈ ଥରକେ ଜନ୍ମ ଦେଲା ୪ ବାଛୁରୀ

ଗୋଟିଏ ଗାଈ ଥରକେ ଜନ୍ମ ଦେଲା ୪ ବାଛୁରୀ

#ଗୋଟିଏ_ଗାଈ_ଥରକେ_ଜନ୍ମ_ଦେଲା_୪_ବାଛୁରୀ            କେନ୍ଦ୍ରାପଡ଼ା  :   କେନ୍ଦ୍ରାପଡା ଜିଲ୍ଲା ବଗଡା ପଂଚାୟତର କଚେରୀପଡା ଗ୍ରାମରେ ପ୍ରକୃତିର ବିଚିତ୍ରତା ଦେଖିବାକୁ ମିଳିଛି । ଗୋଟିଏ ଗାଈ ଥରକେ ୪ଟି ବାଛୁରୀ ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଂଚଳରେ କୈାତୁହଳ ସୃଷ୍ଟି କରିଛି । କଚେରୀପଡା ଗ୍ରାମର ବେଣୁଧର ଓଝାଙ୍କର ଗାଈ ଏକାଥରକେ ତିନୋଟି ଅଣ୍ଡିରା ବାଛୁରୀ ଓ ଗୋଟିଏ ମାଈ ବାଛୁରୀ ଜନ୍ମ ଦେଇଥିବା ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳ ବହୁଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ତେବେ […]

Continue Reading
ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

#ଜିଲ୍ଲା_କାର୍ଯ୍ୟାଳୟରେ_ବୁଲୁଛନ୍ତି_ପ୍ରବାସୀ        କେନ୍ଦ୍ରାପଡା  : ଗୁଜୁରାଟର ସୁରଟରେ ରହି କାର୍ଯ୍ୟ କରୁଥିବା ମାର୍ଶାଘାଇ ବ୍ଲକର କଳାଗଡ ଯଦୁପୁର ଅଂଚଳର ୩ଜଣ ଯୁବକ ପଞ୍ଜିକରଣ କେନ୍ଦ୍ରକୁ ନଯାଇ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ବୁଲୁଥିବା ଦେଖା ଯାଇଛି । କଳାଗଡ ଯଦୁପୁର ଅଂଚଳର ଦେବାଶିଷ ଦାସ, ପପୁ ସେଠୀ, ସୁଲଭ ସେଠୀ ଗୁଜୁରାଟରେ ରହି କାର୍ଯ୍ୟ କରୁଥିଲେ । ଗତକାଲି ସେମାନେ ଭୁବନେଶ୍ୱର ରେ ପହଁଚି ଏକ ଅଟୋ ଭଡା କରି କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା […]

Continue Reading