Iପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶା

ପୁଲୱାମା_ଆତଙ୍କବାଦୀ_ଆକ୍ରମଣର_ବୀର_ଶହୀଦ_ଯବାନମାନଙ୍କୁ_ଶ୍ରଦ୍ଧାଞ୍ଜଳି ବ୍ରହ୍ମପୁର: ପୁଲୱାମା ଆତଙ୍କବାଦୀଆକ୍ରମଣରବୀରଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲ୍ଲୀ ଓ କମାପଲ୍ଲୀ ଯୁବ ସଂଘ ତରଫରୁ ରୁପେଶ୍ କୁମାର ପଣ୍ଡା ଓ ଅର୍ଜୁନ ଜେନା ନେତୃତର ପୁଲୱାମାରେ ସହିଦ ହୋଇଥିବା ଭାରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଏକ ବିଶାଳ କେଣ୍ଡଲ ଶୋଭାଯାତ୍ରା ସହ ସଭା ଅନୁଷ୍ଠିତ ହୋଇଥିଲା l ରାଲି ମୁଖ୍ୟତ ଲାଞ୍ଜିପଲ୍ଲୀ ମ୍ୟୁନିସିପାଲଟି କଲୋନୀରୁ ବାହାରି କମାପଲ୍ଲୀ ରାମନଗର ହୋଇ ପୂର୍ବ ନିର୍ଦ୍ଧାରିତ ସଭା ସ୍ଥଳ କମାପଲ୍ଲୀ ପୁରୁଣା ମାଛ ମାର୍କେଟ ଠାରେ ପହଞ୍ଚିଥିଲା ।  ଯେଉଁଠି ମଞ୍ଚରେ ଅଶୋକ ନଗର କର୍ପୋରେଟର ସୁରେନ୍ଦ୍ର ମହାରଣା, ଲାଞ୍ଜିପଲ୍ଲୀ କର୍ପୋରେଟର ଶ୍ରୀମତୀ ରଶ୍ମିତା ପାତ୍ର, ଯୁବ ବିଜେଡି କର୍ମୀ ସହ ଏକ୍ସଟ୍ରା ଆର୍ମି ଗଞ୍ଜାମ ସଂଘ ତରଫରୁ ଦୁର୍ଗା ପଣ୍ଡା ,ଏ.ଈ ଦାସ , ନାଗେଶ୍ଵର ପାତ୍ର, କୈଳାଶ ଚନ୍ଦ୍ର ସାବତ ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ସୁମତି ମହାରଣା ପରିଚାଳନା କରିଥିଲେ।

Iପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି
Iପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି