ଲକ ଡାଉନକୁ ବେଖାତିର କରି ଚାଲିଛି ବେଆଇନ ଇଟାଭାଟି

ଲକ ଡାଉନକୁ ବେଖାତିର କରି ଚାଲିଛି ବେଆଇନ ଇଟାଭାଟି

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଲକ_ଡାଉନକୁ_ବେଖାତିର_କରିଚାଲିଛି_ବେଆଇନ_ଇଟାଭାଟି          କେନ୍ଦ୍ରାପଡା   :   ଖୋଲା ଇଟାଭାଟି ତିଆରି କରିବାକୁ ରାଜ୍ୟ ସରକାର ନିଷିଦ୍ଧ କରିଥିବା ବେଳେ ପରିବେଶ ବିଭାଗ ପକ୍ଷରୁ ଏହା ଉପରେ କଟକଣା ଜାରି କରାଯାଇଛି । ମାତ୍ର ଜିଲ୍ଲା ପ୍ରଶାସନର ମୁଖ୍ୟାଳୟର ନିକଟରେ ଏଭଳି ବେଆଇ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କରୋନା କଟକଣା , ଲକଉାଡନ ଲାଗୁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅନ୍ୟତ୍ର ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିଥିବା ସୁଯୋଗ ନେଇ ଇଟା ମାଫିଆ ମାନେ କଟକଣାକୁ ବେଖାତିର କରି ଖେଲାଖୋଲି ଇଟାଭାଟି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କଟକଣାରେ ଜିଲ୍ଲାର ଶ୍ରମିକ ମାନେ କାମ ପାଉନଥିବା
ବେଳେ ଇଟାଭାଟି ମାଲିକ ଛତିଶଗଡ, ପଶ୍ଚିମବଙ୍ଗ ପ୍ରଭୃତି ଶ୍ରମିକ ମାନଙ୍କୁ ଆଣି ଏହି ବେଅଇନ ଇଟାଭାଟି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି । ଗ୍ରୀଷ୍ମ ଓ ପ୍ରବଳ ଉତାପରେ ଲୋକେ ଡହଳ ବିକଳ ହେଉଥିବା ବେଳେ ଏଭଳି ବେଆଇନ ଇଟାଭାଟିକୁ ତହସିଲ ପ୍ରଶାସନ ଜବତ କରିବା ପାଇଁ ଦାବି ହେଉଛି ।