ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

ଓଡିଶା ବଡ ଖବର

#ସୋମବାରଠୁ_ସ୍କୁଲରେ_ନାମଲେଖା_ଆରମ୍ଭ               ଭୁବନେଶ୍ୱର  :  ଆସନ୍ତା ସୋମବାରଠାରୁ ପ୍ରଥମରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖା ଆରମ୍ଭ ହେବ । ଜୁଲାଇ ୧୫ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ । ସ୍କୁଲରେ ୨୦ ଜଣରୁ କମ ଛାତ୍ର ଥିଲେ ମଧ୍ୟ ସେଠାରେ ନାମ ଲେଖା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ପୂର୍ବରୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନେଇ ହୋଇଥିବା ନିଷ୍ପତିକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ ଗତବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠି ନାମ ଲେଖା ହେବ । ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ତେବେ କରୋନା ଦୃଷ୍ଟିରୁ ନାମ ଲେଖାଇବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫ ଜଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଆଡ଼ମିସନ କରାଇବେ
। ସେହିପରି ସଟଡାଉନ ବେଳେ ଶନିବାର ଓ ରବିବାର ମାଟ୍ରିକ ଖାତା ଦେଖା ବନ୍ଦ ରହିବ ଜୁନ ମାସର ଅନ୍ୟ ଦିନମାନଙ୍କରେ ମାଟ୍ରିକ ଖାତା ଦେଖା ଜାରି ରହିବ । ସଟ ଡାଉନ୍ ସମୟରେ ଶିକ୍ଷକମାନଙ୍କ ଯାତାୟାତରେ ଅସୁବିଧାକୁ ନଜରରେ ରଖି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ଖାତା ଦେଖା ବନ୍ଦ ରହିବ ।