କେନ୍ଦ୍ରାପଡା ପୈାରାଞ୍ଚଳ ରେ ସ୍ପ୍ରେ ହବ ବିଶୋଧକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କେନ୍ଦ୍ରାପଡା_ପୈାରାଞ୍ଚଳ_ରେ_ସ୍ପ୍ରେ_ହବ_ବିଶୋଧକ         କେନ୍ଦ୍ରାପଡା    :  କରୋନା ଭୂତାଣୁ ର ଆତଙ୍କ କୁ ପ୍ରତିରୋଧ କରିବା ପାଇଁ କେନ୍ଦ୍ରାପଡା ସହରକୁ ବିଶୋଧନ କରାଯିବ । ଏହା ସହ ମଶା, ମାଛି ଓ ଅନ୍ୟ କୀଟାଣୁ ମାନଙ୍କୁ ଫଗିଙ୍ଗ ମେସିନ (ସ୍ପ୍ରେ ) ଦ୍ୱାରା ଜୀବାଣୁ ମୁକ୍ତ କରାଯିବ ବୋଲି ଜଣା ପଡିଛି । ସହରର ବିଭିନ୍ନ ସାହି ବସ୍ଥିରେ ମଶା, ମାଛି ଙ୍କର ଉପଦ୍ରବ ସାଙ୍ଗକୁ ଅନ୍ୟାନ୍ୟ ଅଜଣା କୀଟାଣୁ ବୃଦ୍ଧିର ଆଶଙ୍କା ଥିବାରୁ ଏହାକୁ ନିପାତ କରିବା ପାଇଁ ପୋରସଂସ୍ଥା ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳବାର ଏହି ମେସିନ ଦ୍ୱାରା ତରଳ ଔଷଧ ପଦାଥ ଓ କୀଟାଣୁ ନାଶକ ୯,୧୦,୧୧ ,୧୨ ଏହି ୪ଟି ୱାର୍ଡରେ ସ୍ଫ୍ରେ କାରଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ୱାର୍ଡରେ ଏହା ସ୍ଫ୍ରେ କରାଯିବ ବୋଲି ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଜୀବ ମହାନ୍ତି, ମନୋରଞ୍ଜନ ଦାସ, ନସିମ ଖାନ୍ ପ୍ରମୁଖ ସହଯୋଗ କରିଥିଲେ ।