ଇମ୍ପାଲରେ ଫସି ରହିଛନ୍ତି କେନ୍ଦ୍ରାପଡାର ପାଇପ ମିସ୍ତ୍ରୀ

ଇମ୍ଫାଲରେ ଫସି ରହିଛନ୍ତି କେନ୍ଦ୍ରାପଡାର ପାଇପ ମିସ୍ତ୍ରୀ

ବଡ ଖବର ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଇମ୍ଫାଲରେ_ଫସି_ରହିଛନ୍ତି_କେନ୍ଦ୍ରାପଡାର_ପାଇପ_ମିସ୍ତ୍ରୀ        କେନ୍ଦ୍ରାପଡା   : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ମହାକାଳପଡାର ୫୦୦ରୁ ଉର୍ଦ୍ଧ୍ୱ ପାଇପ ମିସ୍ତ୍ରୀ ମଣିପୁର ରେ ଦୁର୍ଦିନରେ ଦିନ କାଟୁ ଥିବାର ଜଣା ପଡିଛି । ଖବରରୁ ପ୍ରକାଶ ଯେ, ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ଜିଲ୍ଲାର ୫୦୦ ପାଇପ ମିସ୍ତ୍ରୀ ଦୀର୍ଘ ବର୍ଷ ହେଲା ସେଠାରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ଦୀର୍ଘ ୨ ମାସ ହେଲା ଲକ ଡାଉନ ହେବା ଫଳରେ ଏହି ପାଇପ ମିସ୍ତ୍ରୀ ମାନେ କୈାଣସି କାମଧନ୍ଦା ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ରାଜ୍ୟ ପ୍ରଶାସନ ତରଫରୁ ମଧ୍ୟ ଏହି ମିସ୍ତ୍ରୀ ମାନଙ୍କୁ କୈାଣସି ସହାୟତା ମିଳୁନାହିଁ । ଏମାନେ ବର୍ତ୍ତମାନ ଦୁର୍ଦିନରେ ଦିନ କାଟିବା ସହିତ କେନ୍ଦ୍ରାପଡା ଆସିବା ପାଇଁ ସେଠାକାର ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ଦୀର୍ଘ ୨ ମାସ ବିତିଲାଣି ପ୍ରଶାସନ ଏମାନଙ୍କୁ କୈାଣସି ପ୍ରକାର ସହେଯାଗ କରୁନାହିଁ । ଏହି ମିସ୍ତ୍ରୀମାନେ କେନ୍ଦ୍ରାପଡା ଗଣମାଧ୍ୟମ ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ସେମାନଙ୍କୁ କେନ୍ଦ୍ରାପଡା ଫେରାଇ ଆଣିବା ପାଇଁ ।