କରୋନା ଚିକିତ୍ସା ପାଇଁ ୧୮ ହୋମିଓପାଥିକ୍ ଓ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ

କରୋନା ଚିକିତ୍ସା ପାଇଁ ୧୮ ହୋମିଓପାଥିକ୍ ଓ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ପୁରୀ

#କରୋନା_ପାଇଁ_୧୮_ହୋମିଓପାଥିକ୍_ଓ_ଆୟୁର୍ବେଦିକ_ଡାକ୍ତର_ନିଯୁକ୍ତ            କେନ୍ଦ୍ରାପଡା : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋମିଓପାଥିକ୍ ଓ ଆୟୁର୍ବେଦିକ ଡାକ୍ତର ମାନଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦିଆ ଯାଇଛି । ଜିଲ୍ଲାରେ ଏଲୋପାଥିକ ଡାକ୍ତର ମାନଙ୍କ ଅଭାବ ଥିବାରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା
ପାଇଁ ସଙ୍କଟ ଦେଖାଦବ । ଆଗୁଆ ସତର୍କତା ମୂଳକ ପଦକ୍ଷେପ ସହିତ ଚିକିତ୍ସାଳୟ ଓ ଚିକିତ୍ସକଙ୍କ ପ୍ରସ୍ତୁତି ଆରମ୍ଭ କରାଯାଇ ୧୮ ଜଣ ହୋମିଓପାଥିକ୍ ଓ ଆୟୁର୍ବେଦିକ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । ଏମାନେ କରୋନା ଚିକିତ୍ସା ପାଇଁ ତାଲିମ ନେବାପରେ ନିଯୁକ୍ତି ପାଇଥିବା ନିଜ ନିଜ ଆଇସୋଲେସନ କେନ୍ଦ୍ରରେ ଯୋଗଦେବେ ବୋଲି ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ କୁମାର ଦାସ, ଡାକ୍ତର ମିର୍ଜା ବାବର ବେଗ୍, ଡାକ୍ତର ଅଜିତ କର, ଡ଼ଃ ମୁରଲି ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି ।