#କରୋନା_ଆକ୍ରାନ୍ତଙ୍କ_ପାଇଁ_ଚିନ୍ତା_ବଢିଲା

କରୋନା ଆକ୍ରାନ୍ତଙ୍କ ପାଇଁ ଚିନ୍ତା ବଢିଲା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କରୋନା_ଆକ୍ରାନ୍ତଙ୍କ_ପାଇଁ_ଚିନ୍ତା_ବଢିଲା                କେନ୍ଦ୍ରାପଡା   :   ଜିଲ୍ଲାରେ ପ୍ରଥମ କରି କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହା ସହ ଜନ ସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ଆଶଙ୍କା ବୃଦ୍ଧି ପାଇବା ସହ ଏ ବିଷୟରେ ଅଧିକ ଲୋକ ଆଲୋଚନା କରୁଥିବବା ଜଣା ପଡିଛି ।
କେନ୍ଦ୍ରାପଡା ଜିଲ୍ଲାର ଆଳି ଅଂଚଳର ସଂପୃକ୍ତ ଯୁବକ ଜଣକ ଦୁବାଇ ଟାରେ କାର୍ଯ୍ୟ କରୁଥିବା ବେଳେ ମାର୍ଚ୍ଚ ୨୪ ତାରିଖରେ ଗାଁ କୁ ଫେରିଥିଲେ । ତାଙ୍କର ରକ୍ତ ନମୁନାରୁ କରୋନା ଭୂତାଣୁର ସଂକ୍ରମଣ ଜନିତ ଲକ୍ଷଣ ପ୍ରକାଶ ପାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ପରେ ଜିଲ୍ଲା ସାରା ଏହାକୁ ନେଇ ଚର୍ଚ୍ଚା ଅରମ୍ଭ ହୋଇ ଯାଇଛି ।
ଆକ୍ରାନ୍ତଙ୍କୁ ଭୁବନେଶ୍ୱର ର ଏକ ଚିକିତ୍ସାଳୟରେ ଚିକିତ୍ସା କରାଯାଉ ଥିବା ବେଳେ ତାଙ୍କ ପରିବାର କୁ କ୍ୱାରେଣ୍ଟାଇନରେ ପର୍ଯ୍ୟବେକ୍ଷଣରେ ରଖା ଯାଇଛି । ଏହା ସହ ସେ ଅସିବାର ୧୪ ଦିନ ମଧ୍ୟରେ କାହା କାହା ସହିତ ମିଳାମିଶା କରିଛନ୍ତି ତାହାକୁ ନେଇ ଅନୁସନ୍ଧାନ ଜାରି ରହିଛି । ମଙ୍ଗଳବାର ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ଚତୁଃସୀମା ୩ କିମି ପରିଧିକୁୟ ସିଲ କରାଯାଇ  ସଂପୂର୍ଣ୍ଣ ସଟ ଡାଉନ କରାଯିବା ସହ ଘରୁ ବାହାରି ବାକୁ ଜନ ସାଧାରଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହା ସହ ବିଶୋଧକ ସିଂଚନ କରାଯାଇ ସଂପୃକ୍ତ ଅଂଚଳକୁ ଜୀବାଣୁ ମୁକ୍ତ କରାଯିବା ସହ ପୋଲିସ ଘେର ମଧ୍ୟରେ ପ୍ରାୟ ୫୦ଟି ଗ୍ରାମ କଡା କଟକଣା ମଧ୍ୟରେ ରହିଥିବା ଜନା ପଡିଛି । ଜିଲ୍ଲାପାଳ ସମର୍ଥ ବର୍ମା ଓ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତେରୀୟ ଟିମ ମଙ୍ଗଳବାର ଘଟଣା ସ୍ଥଳ ପରିଦର୍ଶନ କରି ପରିସ୍ଥିତି ଉପରେ କଡା ନଜର ରଖିଥିବା ସୂଚନା ମିଳିଛି ।