ଟ୍ରକ୍ ଓ ଟ୍ୟାଙ୍କର ଧକ୍କା, ଜଳିଗଲା ଟ୍ୟାଙ୍କରର ଡ୍ରାଇଭର କେବିନ

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

ରାୟଗଡା: ( ଗୁରୁ ପ୍ରସାଦ ସାହୁ ) ରାୟଗଡା ସହର ନିକଟସ୍ଥ ମା’ ମଝି ଘରିଆଣି ମନ୍ଦିର ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରେ ନିଆଁ ଲାଗି ଜଳି ଯାଇଛି ।
ଘଟଣାରୁ ପ୍ରକାଶ ଯେ, ଆଜି ଭୋର ୪ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଅଭିମୁଖେ ଆସୁଥିଲା । ବିପରିତ ଦିଗରୁ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପିତାମହଲର ମା’ ମଝି ଘରିଆଣି ମନ୍ଦିର ନିକଟରେ ପରସ୍ପର ଧକ୍କା ହୋଇଥିଲେ।  ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର ଡ୍ରାଇଭର କେବିନଟି ସଂପୂର୍ଣ୍ଣ ଜଳିଯାଇଥିଲା।

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକଚାଳକଙ୍କର କିଛି କ୍ଷତି ଘଟି ନ ଥିବା ଜଣାଯାଇଛି।

ଟ୍ୟାଙ୍କରଟି ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଏସିଡ୍ ନେଇ ଆସୁଥିଲା ବୋଲି ଜଣାପଡିଛି। ଅପରପକ୍ଷରେ ଟ୍ରକଟି ଲୁହାପଥର ନେଇ ଯାଉଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।