କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କଟକଣାକୁ_ଉଲ୍ଲଙ୍ଘନ_କରି_ସ୍ୱାସ୍ଥ୍ୟ_ବିଭାଗ_ତରଫରୁ_ନିଯୁକ୍ତି_ପରୀକ୍ଷା      କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) ଲକ ଡାଉନ କଟକଣା କୁ ମାନିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛିା ଏହାକୁ କଡାକଡି ପାଳନ ପାଇଁ ବାରମ୍ବାର ପ୍ରଚାର କରାଯାଇ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କଟକଣା ଲାଗୁ କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖୋଲା ଖୋଲି ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଗହଳିକୁ ଏଡାଇବା ଓ ଗୋଟିଏ ସ୍ଥାନରେ
ଅନେକ ଲୋକ ଏକାଠି ହେବାକୁ ବାରଣ କରାଯାଇ ହାଟ ବଜାର ସବୁ ବନ୍ଦ କରାଯାଇଛି । ମାତ୍ର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଜେ ଏହି କଟକଣା
ନମାନି ୨୦୦ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କୁ ଓ ତାଙ୍କ ସାଙ୍ଗରେ ଆସିଥିବା ପରିବାର ଲୋକ ଏବଂ ଛୋଟ ଶିଶୁଙ୍କୁ ଧାଡିରେ ଦୀର୍ଘ ସମୟ ଧରି ଛିଡାହୋଇ ରହିଥିଲେ । ପରେ ପୈାରସଂସ୍ଥା ହଲରେ ବସାଇ ପରୀକ୍ଷା  ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୭୬ଟି , ପଦବୀ ପୂରଣ ପାଇଁ କରାଯାଇଥିବା ଏହି ପରୀକ୍ଷାରେ ପ୍ରାୟ ୨୦୦ଆଶାୟୀ ଏହି ପରୀକ୍ଷାରେ ସାମିଲ ହୋଇଥିବାର ଜଣା ପଡିଛି । ତେବେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।