କଳାପଡା ହାଇସ୍କୁଲରେ ଅସ୍ଥାୟୀ ୫୦ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ

କଳାପଡା ହାଇସ୍କୁଲରେ ଅସ୍ଥାୟୀ ୫୦ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#କଳାପଡା_ହାଇସ୍କୁଲରେ_ଅସ୍ଥାୟୀ_୫୦_ଶଯ୍ୟା_ବିଶିଷ୍ଟ_କରୋନା_ୱାର୍ଡ   କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ କରୋନା ମୁକାବିଲା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ଆଇସୋଲେସନ ସେଣ୍ଟର ସ୍ଥାପନ କରାଯାଉ ଥିବାବେଳେ ସେଥି ମଧ୍ୟରୁ କଳପଡା ହାଇସ୍କୁଲରେ ଏହି ୫୦ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ ସ୍ଥାପନ କରାଯାଇଛି । ଏଥି ସହିତ ଏହି କେନ୍ଦ୍ରରେ ୫୦ଟି ବେଡ ପକାଯାଇ ସଂକ୍ରମଣ ସନ୍ଦେହରେ ଥିବା ଲୋକମାନଙଙ୍କୁ ରଖାଇବା ସହ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ଜେନା , ସରପଞ୍ଚ ନିତ୍ୟାନନ୍ଦ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଦାସ, ୱାର୍ଡ ସଭ୍ୟ ନଳିନୀ କାନ୍ତ ଜେନା, ପ୍ରଭାତ ସ୍ୱାଇଁ ସମେତ ବହୁ ୱାର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ ।