"ଲଡାଉନ ଅବଧି ଆଗକୁ ବଢାଇବାର କୌଣସିକ ଯୋଜନା ନାହିଁ "

“ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ “

ଦେଶ -ବିଦେଶ ବଡ ଖବର

#ଲକଡାଉନ_ଅବଧି_ଆଗକୁ_ବଢାଇବାର_କୌଣସି_ଯୋଜନା_ନାହିଁ                    ନୂଆଦିଲ୍ଲୀ      :      କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଜାରି ରହିଛି । ହେଲେ  ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ୍ ସଚିବ ରାଜୀବ ଗୌବା ସୋମବାର କହିଛନ୍ତି  ।
ଦେଶବ୍ୟାପୀ ଲକଡାଉନକୁ ନେଇ ଲୋକଙ୍କ ମନରେ ଉଠୁଥିବା ଅନେକ ପ୍ରକାରର ପ୍ରଶ୍ନ ଓ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରରେ ଏହା କୁହାଯାଉଛି ଯେ, ଲକଡାଉନ୍ ଅବଧି ଆହୁରି ବଢିପାରେ । ଏହାକୁ ନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବା ସ୍ପଷ୍ପ ଶବ୍ଦରେ କହିଛନ୍ତି ଯେ, ଲକଡାଉନ୍ ବଢାଇବା ନେଇ କୌଣସି ବିଚାର ନାହିଁ ।
ଉଲ୍ଲେଖନୀୟ, ଲକଡାଉନ୍ ଏକ ପ୍ରକାରର ଜରୁରୀକାଳୀନ ବ୍ୟବସ୍ଥା । ଯାହାକୁ ଯେ କୌଣସି ପ୍ରକାରର ବିପଦ କିମ୍ବା ମହାମାରୀ ସମୟରେ ସରକାରୀ ଭାବେ ଲାଗୁ କରାଯାଏ । ଏମିତି ସ୍ଥିତିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁ ବନ୍ଦ ରହିଥାଏ । ଦେଶରେ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି । ଏହା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୧୬୦କୁ ବୃଦ୍ଧି ଘଟିଛି ଏବଂ ୩୧ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।