ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ୍

ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ୍

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_ପୁଣି_୬_କରୋନା_ପଜିଟିଭ୍       ଭୁବନେଶ୍ୱର    :  ଭୁବନେଶ୍ୱରରୁ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଙ୍କ ମଧ୍ୟରେ ସ୍ଥାନୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ର ଜଣେ ଛାତ୍ରୀଙ୍କ ସମେତ ୪ ଜଣ କର୍ମଚାରୀ ଓ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି । ସେହିପରି ଆଉ ଏକ ଲୋକାଲ ମାମଲା ରହିଛି । ଭୁବନେଶ୍ୱର ମହାନଗର ନିଗମ ଟୁଇଟ୍ କରି ଏହି ସୂଚନା ଦେଇଛି ।

ସୂଚନା ଅନୁସାରେ ଏମ୍ସର ଜଣେ ୨୪ ବର୍ଷୀୟ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଜଣେ ୩୭ ବର୍ଷୀୟ ଓ ଜଣେ ୩୦ ବର୍ଷୀୟ ପୁରୁଷ କର୍ମଚାରୀ ଏବଂ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀ ରହିଛନ୍ତି । ସେହିପରି ଆପୋଲୋ ହସ୍ପିଟାଲରୁ ଜଣେ ୩୮ ବର୍ଷୀୟ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ପୋଖରୀପୁଟ ଡିଏଭି ସ୍କୁଲ ନିକଟରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ କରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିକଟରେ କନ୍ଧମାଳରୁ ଫେରିଥିଲେ ।

ଅପରପକ୍ଷେ ଭୁବନେଶ୍ୱରରୁ ଆଜି ଜଣେ ୪୬ ବର୍ଷୀୟ ପୁରୁଷ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସେ ହେଉଛନ୍ତି ଜୟଦେବ ବିହାରସ୍ଥିତ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ବାସିନ୍ଦା ।