କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ   

କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

ଓଡିଶା ଗଞ୍ଜାମ ଜିଲ୍ଲା

#ରୋଗୀଙ୍କ_ମଧ୍ୟରେ_ଅସନ୍ତୋଷ           ବ୍ରହ୍ମପୁର  : କୋଭିଡ କେୟାର ସେଣ୍ଟର, ପାଲୁର ହିଲରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବହୁ ସମସ୍ୟା ରହିଛି । ଆକ୍ବାଗାର୍ଡ ପାଖରେ ଘଣ୍ଟା ଘଣ୍ଟା ଛିଡାହେଲେ ମଧ୍ୟ ଗୋଟିଏ ବୋତଲ ପାଣି ମିଳୁନାହିଁ । ସମସ୍ତ ରୋଗୀ ଗରମ ପାଣି ପାଇଁ କାକୁଡି ମିନତୀ ହେଉଛନ୍ତି କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ବ୍ୟବସ୍ଥା ହୋଇପାରିନାହିଁ । ସି ବ୍ଳକରେ ଗତକାଲି ଠାରୁ କରେଣ୍ଟ ରହୁନାହିଁ, ବାରମ୍ବାର ଟ୍ରିପ ହୋଇ ରାତି ଅନିଦ୍ରା ହେବାକୁ ରୋଗୀ ବାଧ୍ୟ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ । ବି ୨ ପୁରୁଷ ଲେଟିନ ବାର୍ଥରୁମରେ ଅପରାହ୍ନ ୨ ଟାରୁ ପାଣି ନାହିଁ । ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଛି,  ସେ ଦିଗରେ କେହି କର୍ଣ୍ଣପାତ କରୁନାହାନ୍ତି । ବିଦ୍ୟୁତ କାଟ ବାରମ୍ବାର ଆଉ ଏକ ସମସ୍ୟା । ଏ ମୌଳିକ ସମସ୍ୟାର ସମାଧାନ କରାଯାଉନଥିବାରୁ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ରୋଗୀଙ୍କ ମତାମତ ସଂଗ୍ରହ କରାଯିବା ସମୟରେ ଏ ସମସ୍ୟା ନେଇ ଅବଗତ କରାଯାଇଛି ତାସତ୍ବେ ସମସ୍ୟା ଗୁଡିକ ପ୍ରତି ଧ୍ୟାନ ଦିଆଯାଉନାହିଁ । ଜିଲ୍ଲାପାଳ ମହୋଦୟ ତୁରନ୍ତ ହସ୍ତକ୍ଷେପ କରି ଏ ସମସ୍ୟାର ସମାଧାନ କରିବା ପାଇଁ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାରର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ରୋହିଣୀ ସାହୁ ଏବଂ ଝିଅ ତନୟା ସାହୁ ପଜିଟିଭ ଆସି କୋଭିଡ କେୟାରରେ ଗତକାଲି ଅପରାହ୍ନରୁ ଏଠାକୁ ଆସିଛନ୍ତି ।  ସାହୁଙ୍କ ପରିବାର ପକ୍ଷରୁ ତିନିଜଣ ପଜିଟିଭ ଥିବା ଏବଂ ଘରେ ଥିବା ମା ଭୀଷଣ ଜ୍ବର ଓ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ଥିବା ଏବଂ ୧୬ ବର୍ଷର ପୁଅର ମଧ୍ୟ ସାମାନ୍ୟ ଲକ୍ଷଣ ଆରମ୍ଭ ହୋଇଯାଇଛି । ଏହି ଦୁଇ ଜଣଙ୍କ ସ୍ବାବ ଟେଷ୍ଟ ପାଇଁ ଗତକାଲି ଠାରୁ ଅନୁରୋଧ କରାଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ହୋଇ ନାହିଁ । ଏ ଦିଗରେ ତ୍ବରିତ ପଦକ୍ଷେପ ନେଇ ଟେଷ୍ଟ ଓ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି ।