ସୁସ୍ଥ ହେଲେ ୧୪୯ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୪୯ କରୋନା ଆକ୍ରାନ୍ତ

ବଡ ଖବର ଓଡିଶା

#ସୁସ୍ଥ_ହେଲେ_୧୪୯_କରୋନା_ଆକ୍ରାନ୍ତ             ଭୁବନେଶ୍ୱର     : ରାଜ୍ୟରେ ବୁଧବାର ଦିନ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ବର୍ତମାନ ମୋଟ ୨୨୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସୁସ୍ଥ ହୋଇଥିବା ୧୪୯ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫୭ଜଣ, ଖୋର୍ଦ୍ଧାରୁ ୨୬ଜଣ, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮ଜଣ, ସୁନ୍ଦରଗଡରୁ ୪ଜଣ, କେନ୍ଦୁଝରରୁ ୩ଜଣ, କଟକରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଯାଜପୁର ଓ ନୟାଗଡରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।