କରୋନା ନେଲା ବିଧାୟକଙ୍କ ମୁଣ୍ଡ

କରୋନା ନେଲା ବିଧାୟକଙ୍କ ମୁଣ୍ଡ

ବଡ ଖବର ଦେଶ -ବିଦେଶ

#କରୋନା_ନେଲା_ବିଧାୟକଙ୍କ_ମୁଣ୍ଡ        ଚେନ୍ନାଇ  : ତାମିଲନାଡୁର ଡିଏମକେ ବିଧାୟକ ଜେ. ଆନବାଝାଗନ କରୋନାରେ ଆକ୍ରାନ୍ତ ହୋଇ ବୁଧବାରଦିନ ମୃତ୍ୟୁବରଣ କରିଛନ୍ତି । ନିଜର ୬୨ତମ ଜନ୍ମ ଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

୬୨ ବର୍ଷୀୟ ଆନବାଝାଗନ କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨ ତାରିଖରେ ତାଙ୍କୁ ଡ. ରେଲା ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ ସେଂଟରରେ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିଲା । ସେ ତିରୁଭାଲିକେନି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୧ରେ ଟି. ନାଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ଚେପକ-ତିରୁଭାଲିକେନି ଆସନରୁ ୨୦୧୧ ଏବଂ ୨୦୧୬ରେ ନିର୍ବାଚିତ ହୋଇଥିଲେ ।