ପଥରରେ ଛେଚି ଯୁବକକୁ ହତ୍ୟା

ଓଡିଶା ଅପରାଧ ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

ଡେଲାଙ୍ଗ : ଡେଲାଙ୍ଗ ଥାନା ଅଧିନସ୍ଥ ରେଙ୍ଗଳ ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା I  ସାମାନ୍ୟ ବଚସାକୁ ନେଇ ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଛି  ।
ମିଳିଥିବା ସୂଚନାନୁଯାୟୀ ଗ୍ରାମରେ ବିବାହ ଭୋଜିରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।ଗୋଟିଏ ଗୋଷ୍ଠୀ ର ଲୋକମାନେ ସେହି ଗ୍ରାମର କାଶୀନାଥ ମହାପାତ୍ର ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ଯା କରିଥିଲେ । ଘଟଣାସ୍ଥଳରେ ଡେଲାଙ୍ଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।