୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌

୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଦୁର୍ଘଟଣା_ପରେ_ଜଳିଗଲା_ଟ୍ରକ୍‌    ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳିଯାଇଛି। ଏଥିରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ଜିଲା ବନ୍ତ ଅଞ୍ଚଳର ତାପସ ତରେଇ(୩୨) ଓ ଶୁଭଲକ୍ଷ୍ମୀ ନାୟକ(୨୮)। ଉଭୟ ଏକ ବାଇକରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବା ବେଳେ ସକାଳ ୧୦ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଦମ୍ପତିଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲ ପଠାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଗାଡି ଜଳୁଥିବା ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ଏହି ସମୟରେ ଉକ୍ତ ରାସ୍ତାଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପଟେ ଶହଶହ ଗାଡି ଅଟକି ରହିଥିଲା। ଧର୍ମଶାଳା ପୋଲିସ ୮୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।