ଦୈନିକ ଆସୁଛି ଫସିଥିବା ଲୋକଙ୍କ ୪୦୦ରୁ ଅଧିକ ଫୋନ

ଦୈନିକ ଆସୁଛି ଫସିଥିବା ଲୋକଙ୍କ ୪୦୦ରୁ ଅଧିକ ଫୋନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଦୈନିକ_ଆସୁଛି_ଫସିଥିବା_ଲୋକଙ୍କ_୪୦୦ରୁ_ଅଧିକ_ଫୋନ           କେନ୍ଦ୍ରାପଡା : (ମହମ୍ମଦ ଏଲିୟାସ ) କରୋନା ଲକଡାଉନ କଟକଣା ଲାଗୁହେବା ପରେ ଅନ୍ୟ ରାଜ୍ୟରେ ଥିବା କେନ୍ଦ୍ରାପଡା ବାସିନ୍ଦାଙ୍କ ସମସ୍ୟା ବଢିବାରେ ଲାଗିଛି । ଅନ୍ୟ ରାଜ୍ୟରେ ଫସି ରହିଥିବା ଏହି ଲୋକମାନେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ପାଇଁ ଫୋନ ମାଧ୍ୟମରେ ନିବେଦନ କରୁଥିବା ଜଣା ପଡିଛି । ଦୈନିକ ପ୍ରାୟ ୪୦୦ ରୁ ଉଦ୍ଧ୍ୱର୍ ଫୋନ କଲ ଜିଲ୍ଲା କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ କୁ ଆସୁଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରାଜ୍ୟ ଓ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ କରାଯାଇ ଥିବା ବେଳେ ଯାତାୟତ ଠପ୍ ହୋଇଯାଇଛି ।

ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଶ୍ରମିକ ଓ କାରିଗର ଶ୍ରେଣୀର ଲୋକେ ବର୍ତମାନ ଗାଁକୁ ଫେରିବାର ଉଦ୍ୟମ କରି ବିଫଳ ହେଉଥିବା ଜଣା ପଡିଛି । ବିଭିନ୍ନ ରାଜ୍ୟ ମଧ୍ୟରେ ରହୁଥିବା ଲୋକ ମାନଙ୍କ ମୈାଳିକ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଓ ଖାଦ୍ୟବାସ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ଲୋକ ମାନଙ୍କୁ ଠିକ ଭାବରେ ସହାୟତା ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ଶ୍ରମିକ ମାନଙ୍କର ଫୋନ କଲ ପାଇବା ପରେ ସେମାନଙ୍କର ଥଇଥାନ, ଖାଇବା ପିଇବା ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ଜିଲ୍ଲାପାଳ ଶ୍ରୀ ବର୍ମା ସେଠାକାର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି ।