ଆପଣମାନେ ଘରେ ରୁହନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ କରୋନା ମୁକ୍ତ କରନ୍ତୁ - ମହାରଥୀ

ଆପଣମାନେ ଘରେ ରୁହନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ କରୋନା ମୁକ୍ତ କରନ୍ତୁ – ମହାରଥୀ

ଓଡିଶା ଜିଲ୍ଲା ପୁରୀ

#ମୋ_ନିର୍ବାଚନ_ମଣ୍ଡଳୀକୁ_କରୋନା_ମୁକ୍ତ_କରନ୍ତୁ’    ପିପିଲି :   ( ବିଜୟ କୁମାର ମହାପାତ୍ର ) ସମଗ୍ର ବିଶ୍ୱରେ କରୋନା କୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସମଗ୍ର ଦେଶରେ ଏବେ ଲକ ଡ଼ାଉନ କରାଯାଇଛି । ତେବେ ଏହି ଲକ ଡ଼ାଉନରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ପିପିଲି ନିର୍ବାଚନ ମଣ୍ଡଳୀରେ କିଭଳି ରହିଛି ସ୍ଥିତି ସେ ସମ୍ପର୍କରେ ପିପିଲି ଓ ଡେଲ଼ ।ଙ୍ଗର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଜି ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଫୋନ ମାଧ୍ୟମରେ ଉଭୟ ବ୍ଲକର ବିଡ଼ିଓ, ଥାନା ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ସମେତ କରୋନା ପାଇଁ ଲୋକମାନଙ୍କ ଧନ ଜୀବନ ସୁରକ୍ଷାରେ ଥିବା ସମସ୍ତ ଅଧିକାରୀଙ୍କ ସହିତ ଲୋକମାନଙ୍କ ପାଇ; କିଭଳି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ।

ପ୍ରତି ପଂଚାୟତ ଏବଂ ଏନଏସିରେ କରେନା ପାଇର୍ ଆୟୁସଲେସନ ସେଂଟର ଗୁଡ଼ିକ କିଭଳି ଭାବରେ ଚାଲୁଛି ଏବଂ ସେଠାରେ ସଂକ୍ରିମତ ହୋଇଥିବା ରୋଗୀମାନଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ସିଡ଼ିଏମଓଙ୍କ ସହିତ ଆଲୋଚନା କରିବା ସହିତ ମଙ୍ଗଳପୁର ଏବଂ ପାଣିଦୋଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦ ଲକ୍ଷ ଟଙ୍କା ବିଧାୟକ ପାଣ୍ଠି ଯୋଗାଇ ଦିଆଯାଇଛି ତାହାକୁ କାର୍ଯ୍ୟକାରୀ କରାଯାଇ ଲୋକମାନଙ୍କ କାର୍ଯ୍ୟେ ର ଆସିବାପାରିବ ସେ ସମ୍ପର୍କରେ କହିବା ସହିତ ଯଦି ଆଉ ଅର୍ଥର ଆବଶ୍ୟକତା ପଡ଼େ ତେବେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କ ବିଧାୟକ ପାଣ୍ଠରି ରୁ ଯୋଗାଇ ଦେବେ ବୋଲି କହିଥିଲେ । ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ଼ାକ୍ତରଙ୍କ ଆବଶ୍ୟକତା ଥିବାର ସେ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେବେ ଆସନ୍ତା ଦିନରେ ସେନିଜ ନିର୍ବାଚନ ମଣ୍ଡଳୀକୁ ଅଚାନକ ଗ୍ରସ୍ତ କରିବେ । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ ସେ ଅଛନ୍ତି ଭୟ କରିବାର କିଛି ନାହିଁ ଆପଣମାନେ ସମସ୍ତେ ଘରେ ରହିଲେ ମୋ ନିର୍ବାଚନ ମଣ୍ଡଳୀ କରେନା ମୁକ୍ତ ନିର୍ବାଚନ ମଣ୍ଡଳୀ ଭାବରେ ପରିଗଣିତ ହୋଇପାରିବ । ତେବେ ଜରୁରୀ କାଳୀନ ସମଗ୍ରୀ ଆଣିବା ପାଇଁ ହେଲେ ଘରୁ ଜଣେ ଯାଆନ୍ତୁ ଏବଂ ଖୁବ୍ ଶୀଘ୍ର ଘରକୁ ଫେରି ଆସନ୍ତୁ ବୋଲି ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଆପଣଙ୍କ ସହିତ ଅଛନ୍ତି ତେଣୁ ଆପଣମାନେ ଭୟ କରନ୍ତୁ ନାହିଁ ବୋଲି କହିଥିଲେ ।