ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଦିନ୍‌-ଇ-ଇଲ୍ଲାହି ସ୍ୱେଚ୍ଛାସେବୀ ସଂଗଠନ

ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଦିନ୍‌-ଇ-ଇଲ୍ଲାହି ସ୍ୱେଚ୍ଛାସେବୀ ସଂଗଠନ

ଓଡିଶା ଜିଲ୍ଲା ପୁରୀ

#ନିରାଶ୍ରୟଙ୍କୁ_ରନ୍ଧା_ଖାଦ୍ୟ_ବାଣ୍ଟିଲେ_ଦିନ୍‌_ଇ_ଇଲ୍ଲାହି_ସଂଗଠନ    ପିପିଲି- ( ବିଜୟ କୁମାସାର ମହାପାତ୍ର ) ଦେଶରେ ମହାମାରୀ କରୋନା ପାଇଁ ଲକ ଡାଉନ୍ ଥିବା ବେଳେ ମାନବିକତା ଦେଖାଇଛନ୍ତି ଦିନ୍‌-ଇ-ଇଲ୍ଲାହି (ଏଜୁକେସନଲା ୱେଲଫେୟାର ଟ୍ରଷ୍ଟ)ସ୍ୱଚ୍ଛାସେବୀ ସଂଗଠନ । ଉକ୍ତ ସଂଗଠନ ତରଫରୁ ଆଜି ପିପିଲି ପୈାରାଚଂଳରେ ବିଭିନ୍ନ ୱାଡ ବୁଲି ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛନ୍ତି । ଦିନ୍‌-ଇ-ଇଲ୍ଲାହି (ଏଜୁକେସନଲା ୱେଲଫେୟାର ଟ୍ରଷ୍ଟ)ସ୍ୱଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ସଖାୱତ୍ ଖାଁ ନେତୃତ୍ୱରେ ପିପିଲି ପୈାରାଚଂଳ ୧୨,୧୪ ,୧୬ ଓ ୧ନମ୍ବର ୱାଡ ରେ ଥିବା ପ୍ରାୟ ୭୦୦ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ ।

ଏ ବିପତ୍ତି ସମୟରେ ଅଦ୍ୟାବଧି ସରକାରଙ୍କ ତରଫରୁ ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନଥିବା ବେଳେ ଉକ୍ତ ସଂଗଠନ ଗତ ଦୁଇ ଦିନ ଧରି ୫୦୦ରୁ ୭୦୦ ଲୋକଙ୍କୁ ମାଗଣାରେ ବଣ୍ଟନ କରୁଥିବାରୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଉଛି । ଆଜି ଏହି ବଣ୍ଟନ କାର୍ଯ୍ୟକ୍ରମରେ ପିପିଲି ବଜାର ବ୍ୟବସାୟ ସଂଘର ସଭାପତି ଅଶୋକ କୁମାର ଅଗ୍ରୱାଲ, ପିପିଲି ପୈାରାଚଂଳର ପୁର୍ବତନ ଅଧ୍ୟକ୍ଷ ସେକ ବାବୁ , ସଂଗଠନର ସଦସ୍ୟ ସରୋଜ କୁମାର ବାରିକ, ଦାମୋଦର ସିଂ , ବ୍ରଜକିଶୋର ସିଂ, ଅରକ୍ଷିତ ସିଂ, ରମେଶ ଜେନା, ଅନୁ ଖାଁ, ଅମର ସେଠୀ ,ସବିଲ ଖାଁ ପ୍ରମୁଖ ସହଯୋଗ କରିଥିଲେ ।