ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ସଚିବ

ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ସଚିବ

ଓଡିଶା ବଡ ଖବର

#ସ୍ୱତନ୍ତ୍ର_କୋଭିଡ୍_୧୯_ହସ୍ପିଟାଲ_ପରିଦର୍ଶନ_କଲେ_ମୁଖ୍ୟ_ସଚିବ      ଭୁବନେଶ୍ୱର   :   ଭୁବନେଶ୍ୱର କିମସ୍ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍ – ୧୯ ହସ୍ପଟାଲ ଖୋଲାଯିବ । ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ,ଶନିବାର ସେଠାରେ ପହଂଚିଥିଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ୫ – ଟି ସଚିବ ଭି.କେ ପାଣ୍ଡିଆନ୍ , ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ଓ ଡିଏମଇଟି ସିବିକେ ମହାନ୍ତି । ଏହି ଅବସରରେ କିମସ୍ ର ଡାକ୍ତର ବି.ପି ପାଣିଗ୍ରାହୀ ଓ ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ କିସମ୍ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲ ଖୋଲାଯିବ । ଏଥିପାଇଁ ନିକଟରେ ରାଜ୍ୟ ସରକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ବ୍ୟତୀତ ସମ୍ ହସ୍ପିଟାଲ ପକ୍ଷରୁ ମଧ୍ୟ ଏକ ୪୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଖୋଲାଯିବ । ୧୫ ଦିନ ମଧ୍ୟରେ ଏହି ଦୁଇଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।