ନୂଆଦିଲ୍ଲୀ: ଘରୋଇ ଟ୍ରେନ୍ ଚଲାଇବା ଲାଗି ଦେଶ ଓ ବିଦେଶର ଅନେକ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଟାଟା ରିଅଲିଟି ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର୍, ହିଟାଚି ଇଣ୍ଡିଆ, ଏସେଲ୍ ଗ୍ରୁପ୍, ଆଦାନି ପୋର୍ଟ ଆଣ୍ଡ୍ ଏସ୍ଇଜେଡ୍ ଓ ଆଇଆର୍ସିଟିସି ଭଳି ଦେଶ ଭିତର ସଂସ୍ଥା ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି ବିଦେଶ କଂପାନିଗୁଡ଼ିକ ମଧ୍ୟରେ ଆଲ୍ଷ୍ଟୋମ୍ ଟ୍ରାନ୍ସପୋର୍ଟ, ବୋମ୍ବାର୍ଡିୟର୍, ସିମେନ୍ସ ଏଜି, ହୁଣ୍ଡାଇ ରୋଟେମ୍ କଂପାନି ଓ ମାକ୍ବାରି ଭଳି ସଂସ୍ଥା ମଧ୍ୟ ଭାରତରେ ଘରୋଇ ଟ୍ରେନ୍ ଚଲାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଦେଶର ୧୦୦ଟି ରୁଟ୍ରେ ୧୫୦ ଘରୋଇ ଟ୍ରେନ୍ର ଆରମ୍ଭ କରିବା ଲାଗି ଭାରତୀୟ ରେଳ ଯୋଜନା ରଖିଛି।
ରେଳ ଭିତ୍ତିଭୂମି ବିକଶିତ କରିବା ଲାଗି ଚଳିତ ବର୍ଷ ବଜେଟ୍ରେ ଗୁରୁତ୍ବ ଦିଆଯାଇଛି। ନୂଆ ରେଳ ଧାରଣା ବିଛାଇବା ଲାଗି ୧୨ ହଜାର କୋଟି ଟଙ୍କା, ଗେଜ୍ ପରିବର୍ତ୍ତନ ଲାଗି ୨୨୫୦ କୋଟି ଟଙ୍କା, ଦୋହରୀକରଣ ପାଇଁ ୭୦୦ କୋଟି ଟଙ୍କା, ରୋଲିଂ ଷ୍ଟକ୍ ଲାଗି ୫୭୬ କୋଟି ଟଙ୍କା ଏବଂ ସିଗ୍ନାଲିଂ ଓ ଟେଲିକମ୍ ବାବଦରେ ୧୬୫୦ କୋଟି ଟଙ୍କା ବ୍ୟୟ କରିବାକୁ ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।