କେନ୍ଦ୍ରାପଡା ଜିଲ୍ଲାରେ ବଢୁଛନ୍ତି କରୋନା ସଂନ୍ଦିଗ୍ଦ ,ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର

କେନ୍ଦ୍ରାପଡା ଜିଲ୍ଲାରେ ବଢୁଛନ୍ତି କରୋନା ସଂନ୍ଦିଗ୍ଦ ,ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#କେନ୍ଦ୍ରାପଡା_ଜିଲ୍ଲାରେ_ବଢୁଛନ୍ତି_କରୋନା_ସଂନ୍ଦିଗ୍ଦ   କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କରୋନା ପାଇଁ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ଗାଇଡ ଲାଇନ ବିଷୟରେ ଅବଗତ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ୮ ଜଣ ବିଦେଶରୁ ଆଶିଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ସନ୍ଦେହରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ବେଳେ ଓମାନରୁ ଫେରିଥିବା ପଟ୍ଟାମୁଣ୍ଡେଇଣ୍ଟଅଂଚଳରା ଜଣେ ଯୁବକଙ୍କୁ କଟକ ବଡ ଡାକ୍ତରଖାନାରେ ୧୪ ଦିନ ପାଇଁ ପର୍ଯ୍ୟବ୍ୟକ୍ଷଣରେ ରଖାଯାଇଛି । ଥଣ୍ଡା, ଛିଙ୍କ , ଜ୍ୱର ଓ କାଶ ପ୍ରଭୃତି କରୋନାର ଲକ୍ଷଣ ଗୁଡିକ ପ୍ରକାଶ ପାଇଲେ ତୁରନ୍ତ ସ୍ୱତନ୍ତ୍ର ପରାମର୍ଶ କରିବା ସହ ପ୍ରଶାସନକୁ ସୁଚନା ଦେବାକୁ ନର୍ଦ୍ଧେଶ ଦିଆଯାଛି । ବିଶେଷ କରି ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଏହି ରୋଗର ସଂକ୍ରମଣ ଆଶଙ୍କା ଥିବାରୁ ଗ୍ରାମାଚଂଳରେ ଆଶା କର୍ମୀ ଓ ଆଶା ସାଥି ମାନେ ଅଧିକ ତତ୍ପର ହୋଇ ଏହି ବ୍ୟକ୍ତି ମାନଙ୍କ ପ୍ରତି ନଜର ରଖିବାକୁ ପ୍ରଶାସନ ସଜାଗ କରିଛି ।

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡେଇ , ଆଳି , ରାଜକନିକା ,ରାଜନଗର, ମହାକାଳପଡା ବ୍ଲକରୁ ଶହ ଶହ ସଂଖ୍ୟକ ବ୍ୟକ୍ତି ବିଦେଶରେ ରହି ପାଇପ ମିନ୍ତ୍ରୀ ଓ ଅନ୍ୟାନ ବୃତି ଅବଲମ୍ବନ କରୁଥିବା ବେଳେ କରନା ଭାଇରସର ଆକ୍ରନ୍ତ ହେବାର ଆଶଙ୍କା ଦେଖାଯାଇଥିବାର ଜିଲ୍ଲା ପାଇଁ ଏହା ସଂଙ୍କଟ ଜନକ ଅବସ୍ଥା ସୃଷ୍ଟି କରିଛି । ତେବେ ଏସବୁ ଦିଗ ପ୍ରତି ସତର୍କ ରହି ଜିଲ୍ଲା ପ୍ରଶାସନ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ନିୟନ୍ତ୍ରଣ କରିବାକୁ ସଜାକ ହୋଇ ଉଠିଛି ।

ଏହି ଭି.ଡି.ଓ କନଫରେନ୍ସିଂ ସରେ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଉପସ୍ଥିତରେ ଆରୋକ୍ଷୀ ଅଧକ୍ଷକ ନିତିଶେଖର ପିଡି ଡିଆ.ଡି.ଏ ଦୀଲ୍ଲୀପ କୁମାର ପରିଡା, ଉପ ଜିଲ୍ଲାପାଲ ଜ୍ୟୋତି ଶଙ୍କର ମହାପାତ୍ର , ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ. ଉର୍ମିଳା ମିଶ୍ର , ଡା. ସଚିଦାନନ୍ଦ ମିଶ୍ର , ଡ. ମିର୍ଜାବାବର ବେଗ , ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ , ପୁତ୍ତ ବିଭାଗ ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , ବିଜୟ ନନ୍ଦ ଦାସ , ପ୍ରଦୀପ କୁମାର ଦାସ ଙ୍କ ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେବେ ଦେଶ ବାହାରେ ରହୁଥିବା କେନ୍ଦ୍ରାପଡାର ଲୋକମାନେ କରୋନା ଭାଇରସ ଭୟରେ ଦଇନିକ ଘରୁକୁ ଫେରୁଥିବା ବେଳେ ଏକାନଙ୍କୁ ଚିହ୍ନଟକରି ୧୪ ଦିନ ପର୍ଯ୍ୟାବ୍ୟକ୍ଷଣରେ ରଖାଯିବାକୁ ପ୍ରଶାସନିକ ନିଷ୍ପତି ନିଆଯାଈଛି । ପଂଚାୟତରୁ ଆରମ୍ଭକରି ଜିଲ୍ଲା ପର୍ଯ୍ୟନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରଶାସନିକ ନିଷ୍ପତି ନିଆଯାଇଛି ।