ତାଳସାରୀ ଓ ଭିତରକନିକାର ବିକାଶ ନେଇ ହୋଇପାରେ ବଡ଼ ଘୋଷଣା, ଗସ୍ତ କଲେ ତିନି ବରିଷ୍ଠ ପ୍ରଶାସକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

କେନ୍ଦ୍ରାପଡ଼ା: ସରକାର ଧାର୍ମିକସ୍ଥଳୀ ଓ ଡାକ୍ତରଖାନା ପରେ ଏବେ ବିଭିନ୍ନ ପ୍ରାକୃତିକ  ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏ  ଦିଗରେ ଖୁବ୍‌ ଶୀଘ୍ର କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତି ମଧ୍ୟ ଚାଲିଛି । ଏହି କ୍ରମରେ ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ,  ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ  କ୍ରିଷନ୍ କୁମାର ବାଲେଶ୍ୱରର ତାଳସାରୀ ଓ କେନ୍ଦ୍ରାପଡ଼ାର ଭିତରକନିକାରେ ପହଞ୍ଚି ସେଠାରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିକାଶ ଲାଗି ପ୍ରସ୍ତୁତ ନକ୍ସା ଦେଖିଥିଲେ।

ଏହି ଗସ୍ତ ପରେ ତାଳସାରୀ ଓ ଭିତରକନିକାର ବିକାଶ ପାଇଁ ଖୁବ୍‌ ଶୀଘ୍ର ସରକାର କିଛି ବଡ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଗସ୍ତକାଳରେ ମୁଖ୍ୟଶାସନ ସଚିବ, ୫-ଟି ସଚିବ ଓ ପୂର୍ତ୍ତ ସଚିବ ସ୍ଥାନୀୟ ଜନପ୍ରତିନିଧି, ରାଜସ୍ୱ ଅଧିକାରୀ, ବନ ବିଭାଗ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୂଚନା ରହିଛି କି ଉଚ୍ଚସ୍ତରୀୟ ବିଶେଷଜ୍ଞମାନଙ୍କ ଦ୍ବାରା ଏକ ପ୍ରକଳ୍ପ ନମୂନା ପ୍ରସ୍ତୁତ ହୋଇ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯିବ।