ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ ବିଶେଷ

#ତେଲକୁ_ନେଇ_ଯୁଦ୍ଧ_ବିଶ୍ୱ_ପାଇଁ_ବଡ଼_ବିପଦ          ତୈଳକୁ ନେଇ ରାଜନୀତି ବିଶ୍ୱସ୍ତରରେ ଯେଭଳି ବଢିବାରେ ଲାଗିଛି ତାହା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି । ଏହି ରାଜନୀତି ଏବର ନୁହେଁ । କାଳେ କାଳେ ତୈଳକୁ ନେଇ ଆନ୍ତର୍ଜାତିକସ୍ତରରେ ରାଜନୀତି ହୋଇଆସିଛି । ବର୍ତ୍ତମାନ ଋଷ ଓ ସାଉଦିଆରବ ମଧ୍ୟରେ ଲାଗିଥିବା ତୈଳ ଯୁଦ୍ଧ ସମଗ୍ର ବିଶ୍ୱକୁ ଏକ ଘଡିସନ୍ଧି ମୂହୂର୍ତ୍ତ ଦେଇ ନେଉଛି । ଡିସେମ୍ବର ୨୦୧୬ରେ ଋଷ ଓ ସାଉଦିଆରବ ଭିଏନାରେ ୧୧ଟି ଅଣ ଓପେକ ଦେଶ ଓ ଓପେକ ଦେଶ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର କରିଥିଲେ । ଏହି ବୁଝାମଣାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ତୈଳର ମୂଲ୍ୟକୁ ସ୍ଥିର ରଖାଯିବ । ପ୍ରାରମ୍ଭିକ ଅବସ୍ଥାରେ ଏହି ବୁଝାମଣା ୬ମାସ ପାଇଁ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମୟସୀମା ବଢିଚାଲିଲା । ଏହାକୁ “ଓପେକ ପ୍ଲସ୍’ କୁହାଗଲା । ଏଥିରେ ଓପେକ ଓ ଋଷର ନେତୃତ୍ୱାଧୀନ ଅଣ ଓପେକ ରାଷ୍ଟ୍ର ତୈଳ ଉତ୍ପାଦନକୁ ନେଇ ସନ୍ତୁଳନ କାଏମ ରଖିବା ନିମନ୍ତେ ଲଗାତାର ସହଯୋଗ କରି ଆସୁଥିଲେ । ଓପେକ ପ୍ଲସର ମୁଳଦୁଆ ୨୦୧୪ ଓ ୨୦୧୬ରେ ତୈଳର ମୂଲ୍ୟରେ ନାଟକୀୟ ହ୍ରାସ ଯୋଗୁ ସୃଷ୍ଟି ହୋଇଥିଲା । ଡିସେମ୍ବର ୨୦୧୯ରେ ଏହି ବୁଝାମଣାକୁ ଅପ୍ରେଲ ୨୦ ପଯର୍ୟନ୍ତ ବୃଦ୍ଧି କରାଯାଇଥିଲା । ଆଉ ଆଶା କରାଯାଉଥିଲା ଏହା ଆଗକୁ ମଧ୍ୟ ଜାରି ରହିବ । ଇତି ମଧ୍ୟରେ ଋଷ ଓ ସାଉଦି ଆରବ ନିଜ ନିଜର ଆର୍ଥିକ ହିତକୁ ଦୃଷ୍ଟିରେ ରଖି ବୁଝାମଣାରେ ସ୍ୱାକ୍ଷର କରିବେ । କିନ୍ତୁ ମାର୍ଚ୍ଚ ୬ ତାରିଖରେ ଅପ୍ରତ୍ୟାସିତ ଘଟଣା ସମ୍ମୁଖକୁ ଆସିଲା । ଭିଏନାରେ ସାଉଦିଆରବ ଋଷ ସମ୍ମୁଖରେ ତୈଳ ଉତ୍ପାଦନରେ ହ୍ରାସର ପ୍ରସ୍ତାବ ରଖିଥିଲା । ଯାହା ଦ୍ୱାରା ଚାହିଦା ଅନୁଯାୟୀ ମୂଲ୍ୟସ୍ଥିର ରଖାଯାଇ ପାରିବ । ଋଷ ନା କେବଳ ଏହି ଦାବିକୁ ଖାରଜ କଲା ବରଂ ସେ ଘୋଷଣା କରିଥିଲା ଯେ, ଏବେ ସେ ପୂର୍ବ ଭଳି ଭିଏନା ବୁଝାମଣାରେ ବାନ୍ଧି ହୋଇ ରହିବ ନାହିଁ । ଏହାର ଫଳ ଏଇଆ ହେଲା ଯେ, ଓପେକ ପ୍ଲସର ଏହିଠାରେ ଶେଷ ହୋଇଗଲା । ଏହିଠାରୁ ଋଷ ଓ ସାଉଦିଆରବ ମଧ୍ୟରେ ତୈଳକୁ ନେଇ ବିବାଦ ଆରମ୍ଭ ହେଲା ଯାହାକୁ ଏବେ ଅଏଲ ୱାର ବା ତୈଳ ଯୁଦ୍ଧ କୁହାଯାଉଛି । ସାଉଦିଆରବ ଓ ଋଷ ମଧ୍ୟରେ ତୈଳ ମୂଲ୍ୟକୁ ନେଇ ଉତ୍ତେଜନା ଆହୁରି ବଢିଗଲା । ହେଲେ ଋଷର ଏହି ପଦକ୍ଷେପ ପରେ ସାଉଦିଆରବ ତୈଳ ଶସ୍ତା କରି ଅଧିକ ଯୋଗାଣର କଥା କହିଲା ।

Image result for vienna oil treaty 2016

ଋଷ ଓ ସାଉଦିଆରବର ଏହି ବିବାଦର ସବୁଠାରୁ ଗୁରୁତର ପ୍ରଭାବ ଆମେରିକା ଉପରେ ପଡିବ । ସେଲ୍ ଅଏଲ୍ ଯୋଗୁ ଆମେରିକା ତୈଳ ଆମଦାନୀ ରାଷ୍ଟ୍ରରୁ ଏବେ ତୈଳ ଉତ୍ପାଦକ ଦେଶ ପାଲଟି ସାରିଛି । ଏକ ନୂତନ କାରିଗରୀ କୌଶଳ ଯାହାକୁ “ଫ୍ରେକିଂ’ କୁହାଯାଉଛି ଏହାର ବ୍ୟବହାର କରି ଅ । ଆମେରିକା ୨୦୧୮ରେ ବିଶ୍ୱର ସବୁଠାରୁ ବଡ ତୈଳ ଉତ୍ପାଦକ ଦେଶ ପାଲଟିଗଲା ।ଆମେରିକା ତାର କୁଟନୀତି ଶକ୍ତି ପ୍ରୟୋଗ କରି ନିଜ ଦେଶରୁ ତୈଳ ଆମଦାନୀ କରୁଥିବା ଦେଶମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି କଲା ।
କଥା ହେଉଛି ଏହି ବିବାଦ ଦ୍ୱାରା ଋଷ ଓ ସାଉଦିଆରବ ତାର ତୈଳ ଗୁରୁତ୍ୱ ବୃଦ୍ଧି କରିବାକୁ ଚାହୁଁଛି । ଅପରପକ୍ଷେ ଆମେରିକାର ସେଲ୍ ଅଏଲ୍ ଇଣ୍ଡଷ୍ଟ୍ରିଜକୁ ନଷ୍ଟ କରିବାକୁ ମଧ୍ୟ ୟଚହୁଁଛି ।ଆମେରିକା ସେଲ୍ ଅଏଲ୍ର ମୂଲ୍ୟ ୫୦ ଡଲାର ପ୍ରତି ବ୍ୟାରେଲରୁ କମ୍ କରିବା ସମ୍ଭବ ନୁହେଁ । ସ୍ପଷ୍ଟ ଯେ, ଶସ୍ତା ତୈଳ ଆମେରିକାର ଏହି ଉଦ୍ୟୋଗକୁ ନିଶ୍ଚିତ ରୂପେ ନଷ୍ଟ କରିଦେବ । ଋଷ ମନେ କରୁଛି ଯେ, ତୈଳ ମୂଲ୍ୟରେ ବୃଦ୍ଧି ଓ ଉତ୍ପାଦନ ହ୍ରାସ ଯୋଗୁ ଆମେରିକାର ସେଲ୍ ଅଏଲ୍କୁ ଉତ୍ପାଦନ ବୃଦ୍ଧି କରିବାର ସୁଯୋଗ ମିଳିଲା । ଋଷ ମନେ କରୁଛି ଯେ, ବର୍ତ୍ତମାନ ତୈଳ ମୂଲ୍ୟ ଉପରେ ଆମେରିକାର ସେଲ୍ ଅଏଲ୍ କମ୍ପାନୀ ବୁଡିଯିବ ବା ପୁଣି ଏହାକୁ ନୂତନ ଉପାୟରେ ଆରମ୍ଭ କରିବାକୁ ହେବ । ସେଲ୍ ତୈଳର ଉତ୍ପାଦନ ଆମେରିକାରେ କୁଟୀର ଉଦ୍ୟୋଗ ଭଳି ।

Image result for putin and saudi prince

ତା’ହେଲେ କଣ ଏହି ବିବାଦରେ ସାଉଦିଆରବ ଓ ଋଷ ନିଜର କ୍ଷତି କରୁଛନ୍ତି ? ସାଉଦିଆରବ ନିକଟରେ ଏତେ ବଜେଟ୍ ରହିଛି ଯଦି ତୈଳ ମୂଲ୍ୟ କମ୍ ରୁହେ ତେବେ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ନେଇହେବ । ହେଲେ ଏହାର ବଜେଟୀୟ କ୍ଷତି ପୂର୍ବରୁ ୫୦ ଅରବ ଡଲାର ରହିଛି, ଯଦି ତୈଳର ମୂଲ୍ୟ ୭୦ରୁ ୧୨୦ ଅରବ ଡଲାର ବାର୍ଷିକ ହୋଇ ପାରେ । ସାଉଦିଆରବ ଉତ୍ପାଦନ ଓ ରପ୍ତାନୀରେ ବହୁ ଆଗରେ ରହିଛି । ସେଥିପାଇଁ ତାର ସେଭଳି କିଛି କ୍ଷତି ହେଲା ଭଳି ମନେ ହେଉନାହିଁ । ଅପରପକ୍ଷରେ ଋଷ ବିଗତ ୫ବର୍ଷରେ ତାର ବଜେଟକୁ ଏଭଳି ନିୟନ୍ତ୍ରିତ କରିଛି ଯେ, ସେ ୫୫୦ ଅରବ ଡଲାର ଆୟ କରିବାରେ ସଫଳ ହୋରଇଛି । ଯାହାଫଳରେ କି ଭବିଷ୍ୟତରେ ଏକ ଦଶକ ପର୍ଯ୍ୟନ୍ତ ମଧ୍ୟ ତୈଳ ମୂଲ୍ୟ ହ୍ରାସ ପାଇ ୨୫ରୁ ୩୦ ଡଲାର ପ୍ରତି ବ୍ୟାରେଲ ରହିଲେ ମଧ୍ୟ ତାର ସେଭଳି କୌଣସି କ୍ଷତି ହେବ ନାହିଁ ।

ଗତ ସପ୍ତାହରେ ଅଶେ ।ଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୩୦ ଡଲାର ଥିଲା । ଯଦି ଏହା ହ୍ରାସ ପାଇ ବ୍ୟାରେଲ ପିଛା ୨୭ ଡଲାର ହୁଏ ତାହେଲେ ଋଷକୁ ତାର ବଜେଟ୍ ପୂର୍ବ ଭଳି କାଏମ ରଖିବା ନେଇ ପ୍ରତି ବର୍ଷ ‘ଣ୍ଡରୁ ୨୦ ଅରବ ଡଲାର ବାହାର କରିବାକୁ ହେବ । ଋଷ ବିଗତବର୍ଷ ବିକାଶ କ୍ଷେତ୍ରରେ ସ୍ଥିରତା ଆଣିବାକୁ ଜୋର ଦେଇଛି ଓ କେତେକ ଦୃଷ୍ଟିକୋଣରୁ ସାଂପ୍ରତିକ ସ୍ଥିତି ପୂର୍ବ ତୁଳନାରେ ଭଲ ରହିଛି । ସାଉଦିଆରବର ଅର୍ଥ ବ୍ୟବସ୍ଥା ୯୦ ପ୍ରତିଶତ ତୈଳ ଉପରେ ନିର୍ଭର କରିଥାଏ । କିନ୍ତୁ ଋଷର ଅର୍ଥ ବ୍ୟବସ୍ଥାରେ ତୈଳର ଯୋଗଦାନ କେବଳ ୧୬ ପ୍ରତିଶତ । ଏହି ଭଳି ଭାବେ ଏକ ସଂକଟରେ ସାଉଦିଆରବ ବହୁ କ୍ଷତିରେ ରହିଛି । ଋଷରେ ରାଷ୍ଟ୍ରପତି ପୁଟିନ୍ ନିକଟରେ ଯେଉଁ ସାମ୍ବିଧାନିକ ସଂଶୋଧନ ଆଣିଛନ୍ତି ଏଥିରୁ ଏହା ସୁନିଶ୍ଚିତ ହୋଇଛି ଯେ, ସେ ୨୦୩୬ ପର୍ଯ୍ୟନ୍ତ ଋଷର ସର୍ବୋଚ୍ଚ ନେତା ହୋଇ ରହିବେ । ପୁଟିନଙ୍କ ମହତ୍ତ୍ୱାକାଂକ୍ଷା ଋଷକୁ ପୁଣିଥରେ ମହାଶକ୍ତି ପ୍ରଦାନ କରିିପାରେ । ଋଷକୁ ଶକ୍ତିଶାଳୀ କରିବାରେ ପୂର୍ବର ବର୍ଦ୍ଧିତ ତୈଳର ମୂଲ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା।ତା’ହେଲେ କ’ଣ ଏଥର ମଧ୍ୟ ତୈଳ ଅସ୍ତ୍ରର ଉପଯୋଗ ଏଭଳି ସଫଳତାର ସହ କରିପାରିବ । ଏହି ସଂପୂର୍ଣ୍ଣ ପ୍ରସଙ୍ଗରେ ଆମେରିକାର ପ୍ରତିକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।
ୟୁରୋପ ଏବେ ଏହି ସ୍ଥିତିରେ ନାହିଁ ଯେ, ସେ ଏକ ସଂଗଠିତ ସମୂହ ରୂପରେ ଆଚରଣ କରିପାରିବ । ତାର ଶକ୍ତି ସୁରକ୍ଷାକୁ ଆମେରିକା କିଭଳି ସୁରକ୍ଷିତ ରଖିବ । ଏହା ମଧ୍ୟ ସ୍ପଷ୍ଟ ନାହିଁ । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଏହି ସଂକଟ ଯୋଗୁ ବିଗତ ଶତାବ୍ଦୀର ୯୦ ଦଶକ ପରେ ନରୱେ ପ୍ରସଙ୍ଗରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଥିଲା । ମେକ୍ସିକୋର ମୁଦ୍ରାରେ ୮ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଥିଲା । ଯଦି ପରିସ୍ଥିତି ଏହିଭଳି କାଏମ ରହିବ ତେବେ ସାଉଦିଆରବର ଅର୍ଥ ବ୍ୟବସ୍ଥାର ଆଧୁନୀକିକରଣର ଯୋଜନାକୁ ଭଣ୍ଡୁର କରିବ ।

Image result for oilcompany rusia

ମହମ୍ମଦ ବିନ୍ ସଲମାନଙ୍କର ଅଧିକ ଯୋଜନା ପାଇଁ ଅର୍ଥ ଆରାମକୋ ସେୟାର ବିକ୍ରିରୁ ଆସୁଛି । କିନ୍ତୁ ଅନ୍ୟ ତୈଳ ଉତ୍ପାଦନ ରାଷ୍ଟ୍ରର ମଧ୍ୟ ଏକ୍ଷେତ୍ରରେ ବହୁ କିଛି ବିନିଯୋଗ ହୋଇଛି । ଏହି ସଂକଟର ଦୂରଗାମୀ ପରିଣାମ ସମଗ୍ର ବିଶ୍ୱ ପାଇଁ ନକରାତ୍ମକ ହିଁ ହେବ । ସେଥିପାଇଁ ଭାରତ ନିମନ୍ତେ ମଧ୍ୟ ଏହା ଭଲ ହେବ ଯେ, ବିଶ୍ୱର ଅର୍ଥ ବ୍ୟବସ୍ଥା ଠିକ୍ ରହିବା ଉଚିତ । ଯାହା ଦ୍ୱାରା ଉପସାଗରୀୟ ଦେଶ ସମେତ ଆମେରିକାର ମଧ୍ୟ ଅର୍ଥ ବ୍ୟବସ୍ଥା ସାମିଲ ରହିଛି । ଯେ ପର୍ଯ୍ୟନ୍ତ ତୈଳର ମୂଲ୍ୟ ହ୍ରାସ ପାଉଥିବ ଏହାର କିଛି ଅଂଶକୁ ହସ୍ତାନ୍ତରଣ ସରକାରଙ୍କ ଦ୍ୱାରା ଜନତାଙ୍କ ନିକଟକୁ ଯିବ । ଯେତେବେଳେ କି କିଛି ଅଂଶର ପ୍ରୟୋଗ ସରକାରଙ୍କ ଦ୍ୱାରା ରାଜକୋଷୀୟ କ୍ଷତିକୁ ହ୍ରାସ କରିବା ପାଇଁ ବ୍ୟବହାର କରାଯିବା ଉଚିତ । ଭାରତ ସରକାରଙ୍କୁ ଏହି ଦୁଇଟିରେ ସନ୍ତୁଳନ କାଏମ ରଖି ଚାଲିବାକୁ ହେବ । କାରଣ ତୈଳ ମୂଲ୍ୟରେ ହ୍ରାସ ଜନତାଙ୍କ କ୍ରୟ ଶକ୍ତିରେ ବୃଦ୍ଧି କରିବ । ଯାହାକି ଅର୍ଥ ବ୍ୟବସ୍ଥାର ଚକ୍ରକୁ ଗତିଶୀଳ କରିବ । ସେହିପରି ଯଦି ସରକାର ଏହି ସମୟରେ ଏକ୍ସାଇଜରେ ବୃଦ୍ଧି କରି ଅତିରିକ୍ତ ରାଜସ୍ୱ ସଂଗ୍ରହ କରିବେ ଓ ଏହି ଅର୍ଥକୁ ଭିତ୍ତିଭୂମି ସଂରଚନାରେ ଖର୍ଚ୍ଚ କରନ୍ତି ତା’ହେଲେ ଏହା ଦ୍ୱାରା ମଧ୍ୟ ଅର୍ଥ ବ୍ୟବସ୍ଥା ଗତିଶୀଳ ହେବ । ସରକାରଙ୍କୁ ପ୍ରତ୍ୟେକ ସ୍ଥିତିକୁ ସଂପୂର୍ଣ୍ଣତାରେ ଦେଖିବା ଉଚିତ । Image result for oilcompany saudi arab
ଚୀନ ଓ ଆମେରିକା ଟ୍ରେଡ୍ ୱାର୍ ପରେ ସମଗ୍ର ବିଶ୍ୱରେ ସାଉଦିଆରବ ଓ ଋଷର ତୈଳ ଯୁଦ୍ଧ ଜାରି ରହିଛି । ଏହା ଦ୍ୱାରା ଅଶୋଧିତ ତୈଳର ମୂଲ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ଉପସାଗରୀୟ ଯୁଦ୍ଧ ପରେ ପ୍ରଥମଥର ତୈଳ ମୂଲ୍ୟରେ ଏତେ ପାରିମାଣର ହ୍ରାସ ହୋଇଛି । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଅଶୋଧିତ ତୈଳର ମୂଲ୍ୟକୁ ଏହି ଝଟକା ସେ ସମୟରେ ଲାଗିଛି ଯେତେବେଳେ କି ସମଗ୍ର ବିଶ୍ୱ କରୋନା ସଂକଟର ସମ୍ମୁଖୀନ କରୁଛି । ବର୍ତ୍ତମାନ ଭାରତକୁ ନିଶ୍ଚିତ ରୂପେ ଏହାର ଲାଭ ମିଳିବ, କିନ୍ତୁ ବିଶ୍ୱ ଅର୍ଥ ବ୍ୟବସ୍ଥା ଏହା ଦ୍ୱାରା ନିଶ୍ଚିତ ରୂପରେ ପ୍ରଭାବିତ ହେବ ।