କ୍ୱାରେନଟାଇନ୍ ଗୁଡିକୁ ଅନୁଧ୍ୟାନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

କ୍ୱାରେନଟାଇନ୍ ଗୁଡିକୁ ଅନୁଧ୍ୟାନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#କ୍ୱାରେଣ୍ଟାଇନ୍_ଗୁଡିକୁ_ଅନୁଧ୍ୟାନ_କଲେ_ପ୍ରକଳ୍ପ_ନିର୍ଦ୍ଦେଶକ           ଯାଜପୁର  :  ( ବିଶ୍ବଜିତ ରଣା )     ପ୍ରତି ପଞ୍ଚାୟତମାନଙ୍କରେ କ୍ୱାରେନଟାଇନ୍ ହୋମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ୧୦ଟି ବ୍ଲକ୍ର ୩୧୧ଟି ପଞ୍ଚାୟତରେ ଏହି ଗୃହଗୁଡିକର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମଙ୍ଗଳବାର ଦିନ ଯାଜପୁର ବ୍ଲକ୍ର ପଣସା ପଞ୍ଚାୟତର ଭଗବାନନ୍ଦ ହାଇସ୍କୁଲ ଠାରେ ପହଞ୍ôଚ କ୍ୱାରେନଟାଇନ୍ ତଥା ଆଇସୋଲେସନ୍ କେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ସୁନ୍ଦରଭାବେ ପଞ୍ଚାୟତ ପକ୍ଷରୁ ତାହାକୁ ସଜାଯାଇଥିବାରୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ବିଡିଓ ସୌରଭ ଚକ୍ରବର୍ତ୍ତୀ ଓ ସରପଞ୍ଚ ମୋନାଲିସା ପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କେନ୍ଦ୍ରରେ ରହିବାକୁ ଥିବା ବ୍ୟକ୍ତିମାନଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ଅଛି ବୋଲି ମଧ୍ୟ ବିଡିଓ ଚକ୍ରବର୍ତ୍ତୀ କହିବା ସହ ପ୍ରକଳ୍ପ
ନିର୍ଦ୍ଦେଶକଙ୍କୁ ବୁଲାଇ ଦେଖାଇଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ କର୍ମ·ରୀ, ସରପଞ୍ଚଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।