ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

#ଜିଲ୍ଲାପାଳଙ୍କ_ଜିଲ୍ଲା_ମୁଖ୍ୟଚିକିତ୍ସାଳୟ_ଗସ୍ତ                ଯାଜପୁର  : (ବିଶ୍ବଜିତ ରଣା)    ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପରିଦର୍ଶନ କରିବା ସହ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଡାକ୍ତର ଓ ଷ୍ଟାଫମାନେ ତୃଟିରେ ରହୁଛନ୍ତି ନା ନାହିଁ ଲୋକମାନଙ୍କୁ
ଠିକ୍ରେ ସେବା ଯୋଗାଉଛନ୍ତି ନା ନାହିଁ ସେ ପଚାରି ବୁଝିଥିଲେ । ଡାକ୍ତରଖାନା ପରିସର ପରିଷ୍କାର ଓ ସୁରକ୍ଷା କର୍ମ·ରୀମାନେ ସେମାନଙ୍କର ତୃଟି ଠିକ୍ କରୁଥିବାରୁ ଶ୍ରୀ ଦାସ ଖୁସିବ୍ୟକ୍ତ କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇ ଦୈନିକ ଏହିଭଳି ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ । ପରେ ଉପସ୍ଥାନ ଖାତା ତନଖି କରିବା ସହ ଅନ୍ୟାନ୍ୟ ୱାର୍ଡ ଦେଖିଥିଲେ । ପଞ୍ଜିକରଣ ସ୍ଥଳରେ ଲୋକମାନେ ସାମାଜିକ ଦୂରତାରେ ଠିଆହୋଇଥିବାର ଦେଖି ସୁରକ୍ଷା କର୍ମୀମାନେ ପ୍ରତ୍ୟେକ ଦିନ ଏମିତି ଲୋକମାନଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କରୋନା ଆଇସୋଲେସନ୍ ୱାର୍ଡ ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଡେପୁଟୀ କଲେକ୍ଟର ବୀରକିଶୋର ସାହୁ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ଅନୁପ ନାଥ ଶର୍ମା, ଡି.ଓ.ଏମ୍ ଚିନ୍ମୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।