ବ୍ୟବସାୟୀଙ୍କୁ ଖରାରୁ ରକ୍ଷା ପାଇଁ ପାଲ ବଣ୍ଟନ

ବ୍ୟବସାୟୀଙ୍କୁ ଖରାରୁ ରକ୍ଷା ପାଇଁ ପାଲ ବଣ୍ଟନ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ବ୍ୟବସାୟୀଙ୍କୁ_ଖରାରୁ_ରକ୍ଷା ପାଇଁ_ପାଲ_ବଣ୍ଟନ         ଯାଜପୁର   :  ( ବିଶ୍ବଜିତ ରଣା )  କରୋନା ପାଇଁ ଆର.ଏମ.ସି ପରିବା ହାଟ ଓ ମୋଟରଙ୍ଗାପାଳ ହାଟ ବାଳାଶ୍ରମ ପଡିଆକୁ ଉଠିଆସିଛି । ଏହି ହାଟ ବର୍ତ୍ତମାନ ସକାଳ ୬ ରୁ ୧୦ଘଟିକା ପର୍ଯ୍ୟନ୍ତ ଚାଲିଛି । ତେବେ ୯ଘଟିକା ପରେ ଖରା ହେଉଥିବାରୁ ଆର.ଏମ.ସି ପକ୍ଷରୁ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପାଲ ଯୋଗାଇ ଦିଆଯାଇଛି । ଏହି ପାଲକୁ ସେମାନେ ବାନ୍ଧିବା ଫଳରେ ରୌଦ୍ରତାପରୁ ରକ୍ଷା ମିଳୁଛି । ଏଥିପାଇଁ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ମଙ୍ଗଳବାର ଏହି ପାଲକୁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଆର.ଏମ.ସି ସଂପାଦକ ରମେଶ ସ୍ୱାଇଁ, ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବେପାରୀମାନଙ୍କୁ ପ୍ରଦାନ କରିଥିଲେ ।