ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ କିଟ୍ ଓ ମାସ୍କ

ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ କିଟ୍ ଓ ମାସ୍କ

ଓଡିଶା ବଡ ଖବର

#ଭୁବନେଶ୍ୱରରେ_ପହଞ୍ଚିଲା_ମେଡିସିନ_କିଟ୍_ଓ_ମାସ୍କ         ଭୁବନେଶ୍ୱର  : ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ମେଡିସିନ କିଟ୍ ଓ ମାସ୍କ ନେଇ ଭୁବନେଶ୍ୱରରେ ପହଂଚିଛି । ନୂଆଦିଲ୍ଲୀରୁ ଭାୟା ରାୟପୁର ଦେଇ ଶନିବାର ଅପରାହ୍ନ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା । ଏହି ବିମାନରେ ୧୩୩ଟି କାର୍ଟୁନରେ ୬ ଶହ କେଜି ମାସ୍କ, କିଟ୍ ଓ ଔଷଧ ଆସିଛି । ଏସବୁ ଏନ୍-୯୫ ମାସ୍କ ହୋଇଥିବା ବେଳେ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ନିଗମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ । ମାସ୍କ ଗୁଡ଼ିକ ଲୋକଙ୍କୁ ଓଏସ୍ଏମସି ଜରିଆରେ ମାଗଣାରେ ବଂଟାଯିବ ।