ପୁସ୍ତକ ବଣ୍ଟନ ତଦାରଖ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ପୁସ୍ତକ ବଣ୍ଟନ ତଦାରଖ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପୁସ୍ତକ_ବଣ୍ଟନ_ତଦାରଖ_କଲେ_ଜିଲ୍ଲା_ଶିକ୍ଷା_ଅଧିକାରୀ            କେନ୍ଦ୍ରାପଡା  :  କରୋନା କଟକଣା ରେ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକ ପିଲାମାନଙ୍କୁ ଘରେ ଘରେ ପହଁଚାଇବା ବ୍ୟବସ୍ଥା କରାଯାଇଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ସ୍କୁଲ ଜରିଆରେ ସେମାନଙ୍କ ଘରେ ପହଁଚାଇବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂହ, ବ୍ଲକ ଶିକ୍ଷା ଅଧିକାରୀ ଅନ୍ତଯାମୀ ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ, ପୂର୍ବତନ କାଉନସିଲର ଦୁର୍ଗା ପ୍ରସାଦ ପତୀ ପ୍ରମୁଖ ୩ ନଂ ୱାର୍ଡର ତଳ ବାରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଘରେ ଘରେ ବୁଲି ପୁସ୍ତକ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଳା ମହାପାତ୍ର, ଦିପକ ବେହେରା, ଜଇରାମ ସାମଲ, ଚଂଚଳା ଖୁଣ୍ଟିଆ, ଜୁମର ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ ।