ଲୋକେ ମାନୁନାହାନ୍ତି ସାମାଜିକ ଦୁରତା କି ପିନ୍ଧୁ ନାହାନ୍ତି ମାସ୍କ

ଲୋକେ ମାନୁନାହାନ୍ତି ସାମାଜିକ ଦୁରତା କି ପିନ୍ଧୁ ନାହାନ୍ତି ମାସ୍କ

ଓଡିଶା ଜିଲ୍ଲା ପୁରୀ

#ଲୋକେ_ମାନୁନାହାନ୍ତି_ସାମାଜିକ_ଦୂରତା_କି_ପିନ୍ଧୁ_ନାହାନ୍ତି_ମାସ୍କ          ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ହାଟଛକ ହେଉକି ନିମାପଡା ଛକ  ଦେଖିବାକୁ ମିଳିଥିଲା ବଜାରରେ ସମ୍ପର୍ଣ୍ଣ ଲୋକଙ୍କ ଜନ ଗହଳି । କରୋନା ପାଇଁ ସରକାରଙ୍କ ପକ୍ଷରୁ ରଖାଯାଇଥିବା ନିୟମକୁ ଖୋଲାଖୋଲି ଭାବେ ଲୋକମାନେ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି ।  ବଜାରରେ ଖୁଲମଖୁଲା ଲୋକମାନେ ଭିଡ ଜମାଇବା ସହ ସାମାଜିକ ଦୁରତା ବଜାୟ ନରଖି ପାଖ କୁ ପାଖ ଲାଗି ଏକାଠି ଠିଆ ହୋଇ ହାଟ କରିଥିଲେ । ପିପିଲି ଅଂଚଳରେ କରୋନା ରୋଗୀ ଚିହ୍ନଟ ହେବା ପରଠାରୁ ଦାନଗହୀରକୁ ଲକ ଡାଉନ କରାଯାଇ ରଖାଯାଇଛି ।ଏବେ ବି ଲକ ଡାଉନ ବଳ ବତ୍ତର ରହିଛି । ସେଥିପାଇଁ ପିପିଲି ଅଂଚଳରେ ସମସ୍ତେ ନିଜ ପ୍ରତି ଯତ୍ନବାନ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଇଛି ।

ସାଧରଣ ଜୀବନନ ଯାପନ ଚଳପ୍ରଚଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ,ଏସ୍‌ପି,ଉପଜିଲ୍ଲାପାଳଙ୍କ ସମେତ ସମସ୍ତେ ଘଟଣ। ସ୍ଥଳରେ ପହଞ୍ଚି ପିପିଲି ଓ ତାର ଆଖପାଖ ର ସ୍ଥିତି ଯାଞ୍ଚ କରିଛନ୍ତି । ଲୋକମାନଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ,ତହସିଲ,ପିପିଲି ଏନଏସି,ପୁଲିସ ପ୍ରଶାସନକୁ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏଥି ସହ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତା ମୁଳକ ପାଇଁ ପରାମର୍ଶ ଦେବା ସହ ମାକ୍ସ  ନପିନ୍ଧିଲେ ରାସନ କି ପରିବା ଦୋକାନରୁ ସାମଗ୍ରୀ କିଣି ପାରିବେନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶର୍ମା ନଜେ ଆସି ପିପିଲି ବଜାରରେ ପରାମର୍ଶ ଦେବା ସହିତ ସମସ୍ତଙ୍କୁ ନିବେଦନ କରିଥିଲେ । କିନ୍ତୁ ତାହା  କେହି ପିପିଲି ବଜାରରେ ମାନି ନଥିବା ଦେଖିବାକୁ ମିଳିଛି । ଲୋକମାନଙ୍କ ମଧ୍ୟରେ ଥିଲା ନା ସାମାଜିକ ଦୁରତା କି କାହା ମୁହଁରେ ମାସ୍କଏହି ଭଳି ପରିସ୍ଥିତିରେ ଦିନକୁ ଦିନ ବିପଦ ବଢିପାରେ ।ଏହି ଘଟଣାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।