ଗାଡି ପାସ ପାଇଁ ଜରୁରୀକାଳୀନ କାର୍ଯ୍ୟାଳୟରେ ପ୍ରବଳ ଭିଡ

ଗାଡି ପାସ ପାଇଁ ଜରୁରୀକାଳୀନ କାର୍ଯ୍ୟାଳୟରେ ପ୍ରବଳ ଭିଡ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଗାଡି_ପାସ_ପାଇଁ_ଜରୁରୀକାଳୀନ_କାର୍ଯ୍ୟାଳୟରେ_ପ୍ରବଳ_ଭିଡ           କେନ୍ଦ୍ରାପଡା  :  କରୋନା କଟକଣା ଲାଗୁ କରାଯାଇଥିବାରୁ ଯାନ ବାହନ ଚଲାଚଳ ଉପରେ ରୋକ ଲଗାଯାଇଛି । ବିଭିନ୍ନ ରୋଗରେ ପିଡିତ ଥିବା ରୋଗୀ ମାନେ ଡାକ୍ତରଙ୍କୁ ଦେଖେଇବା ପାଇଁ କଟକ , ଭୁବନେଶ୍ୱର ଇତ୍ୟାଦି ସ୍ଥାନକୁ ଯିବାପାଇଁ ପାସ ର ଆବଶ୍ୟକ ରହୁଛି । ତେବେ ଅତ୍ୟନ୍ତ ଜରୁରୀ ରୋଗୀ ସେବାରେ ଯାନ ବାହନ ଚଲାଚଳ ପାଇଁ ସ୍ୱତନ୍ତ୍ର ଅନୁମତି ପତ୍ର ପାଇବା ପାଇଁ ଜରୁରୀ କାଳୀନ କାର୍ଯ୍ୟାଳୟରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳୁଛି । ସାମାଜିକ ଦୂରତା ପାଳନକୁ ଉପେକ୍ଷା କରାଯାଇ ବହୁ ସଂଖ୍ୟକ ଆଶାୟୀ ଏକାଠି ହେଉଥିବାରୁ କଟକଣା ଉଲଂଘନ ହେଉଥିବା ଅଭିଯୋଗ ହେଉଛି ।