ନିରାଶ୍ରୟଙ୍କୁ ସାହା ହେଲେ ଅଲାରପୁର ଗ୍ରାମ ଯୁବକ

ନିରାଶ୍ରୟଙ୍କୁ ସାହା ହେଲେ ଅଲାରପୁର ଗ୍ରାମ ଯୁବକ

ଓଡିଶା ପୁରୀ
#ନିରାଶ୍ରୟଙ୍କୁ_ସାହା_ହେଲେ_ଅଲାରପୁର_ଗSରାମ ଯୁବକ              ପିପିଲି  – ମହାମାରୀ କରୋନା ପାଇଁ ସାରା ଦେଶ ଲକ ଡାଉନ୍ ହୋଇ ଥିବା ବେଳେ ଅନେକ ସ୍ଥାନରେ ଖାଦ୍ୟ ଅଭାବରୁ ପଶୁ ଠାରୁ ଅସହାୟ ମଣିଷ ପର୍ଯ୍ୟନ୍ତ ଖାଦ୍ୟ ବିନା ନିଃସହାୟ ହୋଇପଡୁଛନ୍ତି । ତେବେ ଏମାନଙ୍କୁ ସାହା ହୋଇ ମାନବିକତା ଦେଖାଇଛନ୍ତି ଖୋର୍ଦ୍ଦା ଜିଲ୍ଲା ବାଲିଅନ୍ତା ବ୍ଲକ ଅଲାରପୁର ଗ୍ରାମର ଯୁବକ ମାନେ । ଯାହାକି ଆଖପାଖ ଅଂଚଳରେ ଯୁବକ ମାନଙ୍କୁ ବହୁ ପ୍ରଶଂସା କରାଯାଇଛି । ଅଲାରପୁର ଗ୍ରାମର ସମାଜସେବୀ ତଥା ଯୁବ ସଂଗଠକ ସଂଜିତ୍ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସେହି ଗ୍ରାମର ଯୁବକ ସୁକାନ୍ତ ସେଠୀ, ସନ୍ତୋ ମହାନ୍ତି, ଶ୍ରୀକାନ୍ତ ମହାରଣା,ବିକାଶ ସେଠୀ ପ୍ରମୁଖଙ୍କ  ସହଯୋଗରେ ନିକଟସ୍ଥ ଟଙ୍କ ପାଣି ସାଇ ମନ୍ଦିର ଛକ, ରବି ଟକିଜ୍ ଛକ, କଳ୍ପନା ଛକ,ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ ଏବଂ ବସ ଷ୍ଟାଣ୍ଡ ଗୁଡିକରେ ଥିବା ବାସହରା ନିରାଶ୍ରୟ ଅସହାୟ ଲୋକ ,ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏବଂ ବୁଲୁଥିବା ଗାଈ,ଷଣ୍ଢ,କୁକୁର ଆଦି ସମସ୍ତଙ୍କୁ ଖାଦ୍ୟ ଦେଇଛନ୍ତି । ଏ ବିପତ୍ତି ସମୟରେ ନିରାଶ୍ରୟ ଅସହାୟ ମାନେ ଖାଦ୍ୟ ପାଉ ନଥିବା ବେଳେ ଏହି ଯୁବକମାନେ ଅସହାୟଙ୍କୁ ସାହା ହୋଇ ସମାଜସେବା କ୍ଷେତ୍ରରେ ପରଗଣିତ ହୋଇଛନ୍ତି । ଗତ ଦୁଇ ଦିନ ଧରି ନିଜସ୍ୱ ଅର୍ଥରେ ବିଭିନ୍ନ ଅଂଚଳରେ ସଂଜିତ୍ ଖାଦ୍ୟ ବଣ୍ଟନ କରୁଥିବାରୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ବହୁ ପ୍ରଶଂସା କରାଯାଇଛି । ସରକାରୀ ସହଯୋଗ ପାଇଲେ ଏହିଭଳି ସମାଜସେବା କାର୍ଯ୍ୟକୁ ଆହୁରି ଅଗ୍ରଗତି କରିବେ ବୋଲି ସେ କହିଛନ୍ତି ।