ବମିଖାଲରେ ବିଶୋଧନ କଲେ ଅଗ୍ନିଶମ କର୍ମଚାରୀ

ବମିଖାଲରେ ବିଶୋଧନ କଲେ ଅଗ୍ନିଶମ କର୍ମଚାରୀ

ଓଡିଶା ମହାନଗର

#ବମିଖାଲରେ_ବିଶୋଧନ_କଲେ_ଅଗ୍ନିଶମ_କର୍ମଚାରୀ         ଭୁୁବନେଶ୍ୱର : ଗତକାଲି ବମିଖାଲ ଅଂଚଳରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ସିଲ୍ କରି ଦିଆଯାଇଛି । ଶନିବାର ଦିନ ଅଗ୍ନିଶମ ବାହିନୀ ବମିଖାଲ ଅଂଚଳକୁ ବିଶୋଧନ କରିଛନ୍ତି ।
ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେ’ ଠାରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍ ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡର ଡିସିବି ବ୍ୟାଙ୍କ ଛକ ଯାଏ ବିଶୋଧନକରାଯାଇଛି । ସେହିପରି ଡିସିବି ବ୍ୟାଙ୍କ ଛକଠାରୁ ଏକାମ୍ର ହଲ୍ ନିକଟ କାଫେ କଫି ଡେ’ ଯାଏ ବି ବିଶୋଧନ କରାଯାଇଛି ।
ସମ୍ପୃକ୍ତ ଅଂଚଳକୁ ସିଲ୍ କରିଦିଆଯାଇଥିବାରୁ ଏହି ଅଂଚଳରେ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ସୂର୍ଯ୍ୟନଗରରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା ।