ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟଙ୍କ ଦ୍ୱାରା କରୋନା ଓ ଆମ୍ଫାନ ପାଇଁ ସ୍ୱାସ୍ଥ୍ୟ ପ୍ରସ୍ତୁତି ସମୀକ୍ଷା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟଙ୍କ ଦ୍ୱାରା କରୋନା ଓ ଆମ୍ଫାନ ପାଇଁ ସ୍ୱାସ୍ଥ୍ୟ ପ୍ରସ୍ତୁତି ସମୀକ୍ଷା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କରୋନା_ଓ_ଆମ୍ଫାନ_ପାଇଁ_ସ୍ୱାସ୍ଥ୍ୟ_ପ୍ରସ୍ତୁତି_ସମୀକ୍ଷା      କେନ୍ଦ୍ରାପଡା  : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସର୍ଭେଲାନ୍ସ ମେଡିକାଲ ଅଫିସର କେନ୍ଦ୍ରାପଡା ଗ୍ରସ୍ତକରି ସ୍ୱାସ୍ଥ୍ୟ ସମୀକ୍ଷା ଓ ଆମ୍ପାନ ବାତ୍ୟା ସଂପର୍କରେ ପ୍ରସ୍ତୁତିକୁ ନେଇ ତଦାରଖ କରିଥିଲେ । ସର୍ଭେଲାନ୍ସ ମେଡିକାଲ ଅଫିସର ଡ଼ଃ ଅର୍ଚ୍ଚନା ଗାଇନ ପୂର୍ବାହ୍ନରେ କେନ୍ଦ୍ରାପଡାରେ ପହଁଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ କୋଭିଡ-୧୯ ପ୍ରତିରୋଧକ, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ଜିଲ୍ଲାରେ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଏହା ସହ ସମ୍ଭାବ୍ୟ ଆମ୍ପାନ ବାତ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି ଓ ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ ।