ଲକ ଡାଉନ ନିୟମକୁ ଫୁ... ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

ଲକ ଡାଉନ ନିୟମକୁ ଫୁ… ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

ଓଡିଶା ଜିଲ୍ଲା ବଡ ଖବର ବାଣିଜ୍ୟ ମୟୂରଭଞ୍ଜ

 #ଅକ୍ଷୟ_ତୃତୀୟାରେ_ସୁନା_ବିକିଲେ_ଗହଣା_ବ୍ୟବସାୟୀ           ବାରିପଦା  :  କରୋନା ଓ ଲକ୍ ଡ଼ାଉନକୁ ନେଇ କଷ୍ଟ ମଧ୍ୟରେ କେତେକ ବ୍ୟବସାୟୀମାନଙ୍କ ସହିତ ଗ୍ରାହକମାନେ ରହିଥିଲେ । ଓଡ଼ିଶା ସହିତ ଦେଶବ୍ୟାପି କୋହଳ ହେଲା କଟକଣା । ସବୁ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗ୍ରୀନ ସିଗନାଲ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ କେଉଁ ଅଞ୍ଚଳଗୁଡ଼ିକରେ କେଉଁ ଦୋକାନ ଖୋଲିବ ତାହା ଜିଲ୍ଲାପାଳମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ
ପତ୍ରସଂଖ୍ୟା ୮୭୪ / ୨୫.୦୪.୨୦୨୦ ଅନୁସାରେ ସରକାରଙ୍କ ଦ୍ୱାରା ପଞ୍ଜିକୃତ ଦୋକାନଗୁୁଡ଼ିକୁ ଖୋଲିବାକୁ ପୂର୍ବାହ୍ନ ୮ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି ।ଗ୍ରାମାଞ୍ଚଳଗୁଡ଼ିକରେ ରେସିଡେନ୍ସିଆଲ କମ୍ପେ୍ଲକ୍ସ ଏବଂ ମାର୍କେଟ କମ୍ପେ୍ଲକ୍ସ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ସମୟରେ ସହରାଞ୍ଚଳଗୁଡ଼ିକରେ ସବୁ ଗୋଟିକିଆ ଦୋକାନ, ଆବାସିକ କଲୋନୀରେ ଥିବା ଦୋକାନଗୁଡ଼ିକ ଖୋଲାଯାଇ ପାରିବ । ଏହି ସମୟରେ ୫୦ ପ୍ରତିଶତ କର୍ମଚାରୀ ଦୋକାନରେ କାର୍ଯ୍ୟ କରିବେ । ସେହିପରି ଗ୍ରାହକ, କର୍ମଚାରୀ ଓ ବ୍ୟବସାୟୀ ସମସ୍ତେ ମାସ୍କ ପିନ୍ଧିବା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା କରିବେ ବୋଲି କୁହାଯାଇଥିଲା । ଏହା ପୂର୍ବରୁ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ୟାରେଜ, ବୈଦ୍ୟୁତିକ ସରଞ୍ଜାମ ମରାମତି, ମୋବାଇଲ ମରାମରି, ବହି ଦୋକାନ ଆଦି ଖୋଲିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବା ବେଳେ ମଲ, ମଲ୍ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ, ଲୁଗା ଦୋକାନ, ସୁଇ ମିଂ ପୋଲ, ଜିମ୍, ମୋବାଇଲ ଦୋକାନ, ଜୁଏଲାରୀ ଦୋକାନ ଆଦିକୁ ନା ରହିଥିଲା । କିନ୍ତୁ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘରକୁ ସୁନା କିଣି ଆଣିଲେ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ରହିବା ସାଙ୍ଗକୁ ସୁଖସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ଓ ପରମ୍ପରାରହି ଆସିଛି । ତେଣୁ ଆଜିର ଦିନରେ ଗହଣା ବ୍ୟବସାୟୀମାନେ ବ୍ୟବସାୟ କରି ଭଲ ମୁନାଫା ହାତେଇ ଥାନ୍ତି ।

କିନ୍ତୁ ଲକ୍ ଡ଼ାଉନ ସମୟରେ ଜୁଏଲାରୀ ଦୋକାନ ଖୋଲିବାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିବା ସମୟରେ ଆଜି ପ୍ରଶାସନକୁ ଭକୁଆ ବନାଇ ବାରିପଦା ପୌରପରିଷଦରେ ଥିବା ଅଧିକାଂଶ ବଡ଼ ଓ ଛୋଟ ଗହଣା ଦୋକାନ ଖୋଲି ଭଲ ବ୍ୟବସାୟ କରିଥିବାର ଜଣାପଡ଼ିଛି । ଏହି ସମୟରେ ପ୍ରଶାସନ ଧ୍ରୁତରାଷ୍ଟ୍ର ସାଜି ସବୁ ଦେଖି ନ ଦେଖିବାର ଅଭିନୟ କରିଥିଲା । ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ ସହରରେ ରକ୍ସି ରୋଡ଼ରେ ଖୋଲିଥିବା କେତେକ ମୋବାଇଲ ଦୋକାନକୁ ବନ୍ଦ କରାଇ ଫେରିଯାଇଥିଲେ ।

ସେହିପରି ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ଷ୍ଟେସନ ପଡ଼ିଆରେ ବସିଥିବା ହାଟରେ ସାମାଜିକ ଦୂରତା ରକ୍ଷାକୁ ନେଇ ବ୍ୟସ୍ତ ଥିବାର ଦେଖିବାକୁ ମିଳିଥିଲା । ସେହିପରି ଗହଣା ବ୍ୟବସାୟୀମାନଙ୍କ ଭଳି କିଛି ଡ଼୍ରେସ , ଶାଢ଼ୀ, ରଙ୍ଗ, ବିଡ଼ି ମସଲା, ଚାହା, ପାନ, ଗୁଟଖା ଆଦି ଦୋକାନ ଖୋଲା ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ ହେବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରି ଇଂରାଜୀରେ ନିର୍ଦ୍ଦେଶନାମା ଜାରି କରୁଥିବାରୁ ଜନସାଧାରଣ ପକ୍ଷରୁ ଏହାକୁ ବୁଝିବାରେ ଅସୁବିଧା ହେଉଛି ବୋଲି ଅଭିଯୋଗ ହୋଇଛି।