ସର୍ବଦଳୀୟ ବୈଠକରେ ସରକାରଙ୍କୁ ସମର୍ଥନ , ପ୍ରଧନମନ୍ତ୍ରୀ କଲେ ଚୀନକୁ ତାଗିଦ୍ କହିଲେ ଇଞ୍ଚେ ବି ଜାଗା ଦେବନି ଭାରତ

ସର୍ବଦଳୀୟ ବୈଠକରେ ସରକାରଙ୍କୁ ସମର୍ଥନ , ପ୍ରଧାନମନ୍ତ୍ରୀ କଲେ ଚୀନକୁ ତାଗିଦ୍ କହିଲେ ଇଞ୍ଚେ ବି ଜାଗା ଦେବନି ଭାରତ

#ଚୀନକୁ ତାଗିଦ୍_ଇଞ୍ଚେବି_ଜାଗା_ଦେବନି_ଭାରତ             ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଶୁକ୍ରବାର ଅନୁଷ୍ଠିତ ସର୍ବ-ଦଳୀୟ ବୈଠକରେ ଦେଶର ଅଧିକାଂଶ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ପ୍ରଦାନ  କରିଛନ୍ତି । ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ସରକାର ଯାହାବି ପଦକ୍ଷେପ ନେବେ ତାହାକୁ ସମର୍ଥନ କରାଯିବ ବୋଲି ଦଳମାନେ କହିଛନ୍ତି ।ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଚୀନ ସେନା ଭାରତର କୌଣସି ଅଞ୍ଚଳ ଅଧିକାର କରିନାହାନ୍ତି କିମ୍ବା କୌଣସି ପୋଷ୍ଟକୁ କବଜା କରିନାହାନ୍ତି । […]

Continue Reading
ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଛାଡ଼ିଲା ଚୀନ

ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଛାଡ଼ିଲା ଚୀନ

#ଭାରତର_ଅପହୃତ_୧୦_ଯବାନଙ୍କୁ_୩_ଦିନ_ପରେ_ଛାଡ଼ିଲା_ଚୀନ          ନୂଆଦିଲ୍ଲୀ:  ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଚୀନ ଛାଡିଥିବା ଜଣାପଡିଛି।ଗଲୱାନ ଘାଟିରେ ଚୀନ ସେନା ସହିତ ସଂଘର୍ଷ ବେଳେ ୧୦ ଭାରତୀୟ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଘଟଣାର ୩ ଦିନ ପରେ ଗୁରୁବାର ଚୀନ ସେମାନଙ୍କୁ ଛାଡ଼ିଦେଇଛି। ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ତିନି ପର୍ଯ୍ୟାୟରେ ଆଲୋଚନା ହେବା ସହିତ କୁଟନୈତିକ ସ୍ତରରେ କଥାବାର୍ତ୍ତା ହେବା ପରେ ଚୀନ ୨ ମେଜରଙ୍କ ସମେତ ୧୦ ଯବାନଙ୍କୁ ଛାଡ଼ିଥିବା ଖବର ଜଣାପଡିଛି । ଗଲୱାନ […]

Continue Reading
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

#ପ୍ରଧାନମନ୍ତ୍ରୀଙ୍କ_ଦ୍ୱାରା_ବାଣିଜ୍ୟିକ_ଖନନ_ନିମନ୍ତେ_କୋଇଲା_ଖଣି_ନିଲାମୀ_ପ୍ରକ୍ରିୟା_ଆରମ୍ଭ             ନୂଆଦିଲ୍ଲୀ  :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ବାଣିଜ୍ୟିକ ଖନନ ଲାଗି ୪୧ଟି କୋଇଲା ଖଣି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାଗୁଡ଼ିକର ଏହା ଏକ ଅଂଶବିଶେଷ । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଫିକ୍କି ସହଯୋଗରେ ଏହି କୋଇଲା ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଖଣିଗୁଡ଼ିକର ଆବଂଟନ […]

Continue Reading
ଏଥର ବଡଦାଣ୍ଡରେ ଗଡିବନି ରଥ :ସୁପ୍ରିମକୋର୍ଟଙ୍କ ଲଗାଇଲେ ଅଙ୍କୁଶ

ଏଥର ବଡଦାଣ୍ଡରେ ଗଡିବନି ରଥ :ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

#ଏଥର_ବଡଦାଣ୍ଡରେ_ଗଡିବନି_ରଥ         ନୂଆଦିଲ୍ଲୀ  : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ରଖିବାକୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ କେଉଁଠାରେ ମଧ୍ୟ ରଥଯାତ୍ରା ହୋଇପାରିବ ନାହିଁ । ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ […]

Continue Reading
ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ,୨୦ ଭାରତୀୟ ଯବାନ ସହିଦ

ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ,୨୦ ଭାରତୀୟ ଯବାନ ସହିଦ

#ଭାରତ_ଓ_ଚୀନ_ମଧ୍ୟରେ_ରକ୍ତାକ୍ତ_ସଂଘର୍ଷ_୨୦_ଭାରତୀୟ_ଯବାନ_ସହିଦ     ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ସଂଘର୍ଷରେ ପ୍ରଥମେ ୩ ଜଣ ଯବାନସହିଦ ହୋଇଥିବା ଓ ୪ରୁ ୫ ଜଣ ଚୀନ ସେନା ମଧ୍ୟ ଏହି ସଂଘର୍ଷରେ ମୃତ୍ୟୁବରଣ କରିଥିଲେ ।  ମାତ୍ର ଏହି ସଂଖ୍ୟା  ଯଥେଷ୍ଟ ଅଧିକ ବୋଲି ସୂଚନା ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂଚନା ଅନୁସାରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ ପକ୍ଷରୁ ୪୩ ଜଣ ଯବାନ ମୃତାହତ […]

Continue Reading
ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

#ସୁଶାନ୍ତ_ସିଂ_ରାଜପୁତଙ୍କ_ପାର୍ଥିବ_ଶରୀର_ପଞ୍ଚଭୂତରେ_ବିଲୀନ            ମୁମ୍ବାଇ  :  ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ôଥବ ଶରୀରକୁ ସୋମବାର ଦିନ ଭିଲେ ପାର୍ଲରେ ଅବସ୍ଥିତ ସମାଜ ସେବା ଟ୍ରଷ୍ଟର ଶ୍ମଶାନରେ ଶବଦାହ କରାଯାଇଛି । ଏହି ଶବଦାହରେ ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂ, ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ, ଉଦିତ ନାରାୟଣ, ଶ୍ରଦ୍ଧା କପୁର ରାଜକୁମାର ରାଓଙ୍କ ସମେତ ପ୍ରାୟ ୨୫ ଜଣ ଲୋକ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ଯେ ରବିବାର ଦିନ ସୁଶାନ୍ତ ସିଂ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ […]

Continue Reading
ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ , ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ

ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ , ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ

#ଇପିଏଫଓର_ଗୁରୁତ୍ୱପୂର୍ଣ୍ଣ_ପଦକ୍ଷେପ               ନୂଆଦିଲ୍ଲୀ    :    ସାରା ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଅନୁକୂଳତମ ଉପଯୋଗ ଉଦ୍ଦେଶ୍ୟରେ ଇପିଏଫଓ ପକ୍ଷରୁ ବହୁସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି । ଏହା ଇପିଏଫଓର କାର୍ଯ୍ୟପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିପାରିବ । ଏହାଫଳରେ ଦେଶର ଯେକୌଣସି ସ୍ଥାନରେ ଥିବା ଆଂଚଳିକ କାର୍ଯ୍ୟାଳୟରେ ଅନଲାଇନ ଦାବିଗୁଡ଼ିକର ସମାଧାନ କରାଯାଇପାରିବ । […]

Continue Reading

ଦେଶରେ ଆରୋଗ୍ୟ ହାର ଶତକଡା ୫୧.୦୮କୁ ବୃଦ୍ଧି

#ଦେଶରେ_ଆରୋଗ୍ୟ_ହାର_ଶତକଡା_୫୧.୦୮_କୁ_ବୃଦ୍ଧି             ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୬୯,୭୯୭ରେ ପହଂଚିିଛି । ଆରୋଗ୍ୟ ହାର ଶତକଡା ୫୧.୦୮ ହୋଇଥିବା ବେଳେ ଅଧାରୁ ଅଧିକ ସଂକ୍ରମିତ ରୋଗୀ କରୋନାରୁ ସୁସ୍ଥ ହେଉଥିବା ପ୍ରମାଣିତ ହୋଇଛି । ବର୍ତମାନ ମୋଟ ୧,୫୩,୧୦୬ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଆଇସିଏମଆର ଦ୍ୱାରା କରୋନା ଭୂତାଣୁ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ […]

Continue Reading
ଭାରତ- ନେପାଳ ସମ୍ପର୍କ 'ରୋଟି-ବେଟି'ର

ଭାରତ- ନେପାଳ ସମ୍ପର୍କ ‘ରୋଟି-ବେଟି’ର

#ଭାରତ- ନେପାଳ_ସମ୍ପର୍କ_’ରୋଟି-ବେଟି’_ର             ଡେରାଡୁନ  :  ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କ ‘ରୋଟି-ବେଟି’ ଅଟେ । ଦୁନିଆର କୌଣସି ଶକ୍ତି ଏହି ସମ୍ପର୍କକୁ ଭାଙ୍ଗି ପାରିବ ନାହିଁ । ମୁଁ ଆତ୍ମବିଶ୍ୱାସରେ କହିବାକୁ ଚାହେଁ ଯେ ନେପାଳ ବିଷୟରେ ଭାରତୀୟଙ୍କ ମନରେ କୌଣସି ପ୍ରକାରର ତିକ୍ତତା ସୃଷ୍ଟି ହୋଇପାରିବ ନାହିଁ । ଆମ ସହିତ ନେପାଳର ଏତେ ଗଭୀର ସମ୍ପର୍କ ଅଛି । ଆମେ ଏହି ସମସ୍ତ ସମସ୍ୟାର ସମାଧାନ କରିବୁ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରୀ […]

Continue Reading
ନବମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି : ଖାଉଟି ଅସନ୍ତୁଷ୍ଟ

ନବମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି : ଖାଉଟି ଅସନ୍ତୁଷ୍ଟ

#ନବମ_ଥର_ପାଇଁ_ପେଟ୍ରୋଲ_ଓ_ଡିଜେଲ_ଦର_ବୃଦ୍ଧି          ଭୁବନେଶ୍ୱର     : ପେଟ୍ରୋଲ ଓ ଡିଜେଲ ଦର ପୁନର୍ବାର ନବମ ଥର ପାଇଁ ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା ୪୮ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଏପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସୁରେଶ କୁମାର ରାଉତରାୟ ପ୍ରକାଶ […]

Continue Reading