#ନବମ_ଥର_ପାଇଁ_ପେଟ୍ରୋଲ_ଓ_ଡିଜେଲ_ଦର_ବୃଦ୍ଧି ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ପୁନର୍ବାର ନବମ ଥର ପାଇଁ ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା ୪୮ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଏପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସୁରେଶ କୁମାର ରାଉତରାୟ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଖାଉଟି ମାନଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟାକ୍ସ ଛାଡ଼ କରିବା ପାଇଁ ଦାବି କରିଛନ୍ତି ।