ଦେଶରେ ଆରୋଗ୍ୟ ହାର ଶତକଡା ୫୧.୦୮କୁ ବୃଦ୍ଧି

ଦେଶ -ବିଦେଶ ବଡ ଖବର

#ଦେଶରେ_ଆରୋଗ୍ୟ_ହାର_ଶତକଡା_୫୧.୦୮_କୁ_ବୃଦ୍ଧି             ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୬୯,୭୯୭ରେ ପହଂଚିିଛି । ଆରୋଗ୍ୟ ହାର ଶତକଡା ୫୧.୦୮ ହୋଇଥିବା ବେଳେ ଅଧାରୁ ଅଧିକ ସଂକ୍ରମିତ ରୋଗୀ କରୋନାରୁ ସୁସ୍ଥ ହେଉଥିବା ପ୍ରମାଣିତ ହୋଇଛି । ବର୍ତମାନ ମୋଟ ୧,୫୩,୧୦୬ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଆଇସିଏମଆର ଦ୍ୱାରା କରୋନା ଭୂତାଣୁ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଉଛି । ସରକାରୀ ପରୀକ୍ଷାଗାର ୬୫୩କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର ୨୪୮କୁ ବୃଦ୍ଧି ପାଇଛି । ବର୍ତମାନ ମୋଟ ୯୦୧ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉ