ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଛାଡ଼ିଲା ଚୀନ

ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଛାଡ଼ିଲା ଚୀନ

ଦେଶ -ବିଦେଶ ବଡ ଖବର

#ଭାରତର_ଅପହୃତ_୧୦_ଯବାନଙ୍କୁ_୩_ଦିନ_ପରେ_ଛାଡ଼ିଲା_ଚୀନ          ନୂଆଦିଲ୍ଲୀ:  ଭାରତର ଅପହୃତ୧୦ ଯବାନଙ୍କୁ ୩ ଦିନ ପରେ ଚୀନ ଛାଡିଥିବା ଜଣାପଡିଛି।ଗଲୱାନ ଘାଟିରେ ଚୀନ ସେନା ସହିତ ସଂଘର୍ଷ ବେଳେ ୧୦ ଭାରତୀୟ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଘଟଣାର ୩ ଦିନ ପରେ ଗୁରୁବାର ଚୀନ ସେମାନଙ୍କୁ ଛାଡ଼ିଦେଇଛି। ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ତିନି ପର୍ଯ୍ୟାୟରେ ଆଲୋଚନା ହେବା ସହିତ କୁଟନୈତିକ ସ୍ତରରେ କଥାବାର୍ତ୍ତା ହେବା ପରେ ଚୀନ ୨ ମେଜରଙ୍କ ସମେତ ୧୦ ଯବାନଙ୍କୁ ଛାଡ଼ିଥିବା ଖବର ଜଣାପଡିଛି । ଗଲୱାନ ଘାଟିରେ ପାଟ୍ରୋଲ ପଏଣ୍ଟ ୧୪ରେ ଭାରତ ଏବଂ ଚୀନ ପ୍ରତିନିଧି ମଣ୍ଡଳ ମଧ୍ୟରେ ୩ଟି ପର୍ଯ୍ୟାୟରେ ଆଲୋଚନା ହେବା ପରେ ଚୀନ ଯବାନମାନଙ୍କୁ ଛାଡ଼ିଛି। ମେଜର ଜେନେରାଲ ଅଭିଜିତ ବାପଟ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ଵ ନେଇଥିଲେ। ଲେହସ୍ଥିତ ୩ ଇନ୍‌ଫାଣ୍ଟ୍ରି ଡିଭିଜନ କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପଟ ଏବଂ ତାଙ୍କର ଚୀନ ପ୍ରତିପକ୍ଷ  ଆଲୋଚନା କରିଥିଲେ। ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଥିଲା।

ଗୁରୁବାର ଏହି ଯବାନମାନେ ଭାରତୀୟ ସୀମାରେ ଆସି ପହଞ୍ଚିଥିଲେ। ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୈନିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ତଥ୍ୟ ପ୍ରଘଟ କରାଯାଇ ନ ଥିଲା। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ଭାରତୀୟ ସେନା ଏବଂ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କେବଳ କୁହାଯାଇଥିଲା ଯେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷ ପରେ କୌଣସି ଭାରତୀୟ ଜବାନ ନିଖୋଜ ହୋଇ ନାହାନ୍ତି।